ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲା ପାଇଁ ମନରେଗାରେ ବ୍ୟବସ୍ଥା କରାଯାଇଛି। ଏହି ୪ ଜିଲାରେ ୧୦୦ ଦିନ ବଦଳରେ ଶ୍ରମିକଙ୍କୁ ୨ଶହ ଦିନ କର୍ମନିଯୁକ୍ତି ମିଳିବ। ଏଥିସହ ଶ୍ରମିକଙ୍କୁ ମନରେଗାରେ ଦୈନିକ ୧୮୮ ଟଙ୍କା ବଦଳରେ ୨୮୬.୩୦ ଟଙ୍କା ମଜୁରୀ ଦିଆଯିବ। ଶ୍ରମିକମାନଙ୍କୁ ସହଜରେ ପ୍ରାପ୍ୟ ଦେବା ନିମନ୍ତେ ୫ଶହ କୋଟିର କର୍ପସ ପାଣ୍ଠି ଗଠନ କରାଯାଇଛି। ତେବେ ଉକ୍ତ ଜିଲାର ୨୦ ପଞ୍ଚାୟତର ସମସ୍ତ ପରିବାରକୁ ଏସ୍‌ଏଚ୍‌ଜିରେ ସାମିଲ କରାଯିବ। ଏଥିସହ ସମସ୍ତ ଏସ୍‌ଏଚ୍‌ଜି ସଦସ୍ୟ ବୀମାଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। ସେହିଭଳି ୨୦ ବ୍ଲକରେ ଥିବା ଯୋଗ୍ୟ ପରିବାରକୁ ପକ୍କା ଘର ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share