Categories: ନୂଆପଡ଼ା

ପ୍ରବାସୀ ଶ୍ରମିକଙ୍କ ଭିଡ, ଖରିଆର ରୋଡ ୭ଘଣ୍ଟା ସଟ୍‌ଡାଉନ

ନୂଆପଡା ଅଫିସ,୧୪ା୫-ଛତିଶଗଡ ସୀମାନ୍ତ ନୂଆପଡା ଜିଲା ଖରିଆରରୋଡରେ ଗୁରୁବାର ସକାଳେ ୧୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରବେଶ କରିବା ପରେ ପ୍ରଶାସନ ତପତ୍ରତା ପ୍ରକାଶ କରିଥିଲା। ଜିଲାପାଳ ମଧୁସ୍ମିତା ସାହୁ ଖରିଆର ରୋଡ ସହରକୁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟାଯାଏ ସଟଡାଉନ ଘୋଷଣା କରିଥିଲେ। ପୋଲିସ ଏବଂ ଏନଏସି ତରଫରୁ ସମସ୍ତ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପୂର୍ବକ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ଏଥିରେ ପଡୋଶୀ ବଲାଙ୍ଗୀର, କଳାହାଣ୍ଡି ଜିଲାର ଶ୍ରମିକମାନେ ଥିବାବେଳେ ସେମାନେ ମହାରାଷ୍ଟ୍ର ଓ ଛତିଶଗଡରୁ ଚାଲିଚାଲି ଆସିଥିଲେ। ଏମାନଙ୍କୁ ୧୨ଟି ବସ୍‌ ଯୋଗେ ସମ୍ପୃକ୍ତ ଜିଲାମାନଙ୍କୁ ପଠାଇ ଦିଆଯାଇଥିବା ଖରିଆର ରୋଡ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି। ସୂଚନଯୋଗ୍ୟ ଯେ, ପ୍ରବାସୀ ଶ୍ରମିକଙ୍କ ଉପସ୍ଥିତି ଯୋଗୁ ସମଗ୍ର ଜିଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜିଲାରେ ୧୪୪ଧାରା ବଳବତ୍ତର ରହିଛି।