ପ୍ରଭାକର ପଟ୍ଟନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର: ଉଦ୍‌ଘାଟନ କଲେ ଜିଲାପାଳ

ଛତ୍ରପୁର,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସ୍ମୃତି କମିଟି ପକ୍ଷରୁ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଓଡ଼ିଶା ହକି ଦଳର ମ୍ୟାନେଜର ତଥା ସମାଜସେବୀ ପ୍ରଭାକର ପଟ୍ଟନାୟକଙ୍କ ସ୍ମୃତିରେ ଆଯୋଜିତ ଏହି ଶିବିରକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍‌ଘାଟନ କରିଛନ୍ତି। ରକ୍ତଦାନର ଆବଶ୍ୟକତା ଉପରେ ଜିଲାପାଳ ମତ ରଖିଥିଲେ। ଏଥିରେ ସ୍ମୃତି କମିଟି ସଭ୍ୟ ସୁଧୀର ପଟ୍ଟନାୟକ, ସମାପ୍ତି ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍‌ଡୀ, ବି. ରାଜୁବାବୁ, ଅରୁଣ ଶତପୀ ପ୍ରମୁଖ ଉପସ୍ଥିତ ଥିଲେ।