Categories: ଜାତୀୟ

‘ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନେବୁ’

ବାରାମତି,୨୬ା୧୦: ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ପ୍ରଭାବଶାଳୀ ବିରୋଧୀ ଦଳର ଭୂମିକା ତୁଲାଇବ ବୋଲି ଏହାର ଅଧ୍ୟକ୍ଷ ଶରଦ ପାଓ୍ବାର ଶୁକ୍ରବାର କହିଛନ୍ତି। ଜନସାଧାରଣ ଆମକୁ ସରକାର ଗଢ଼ିବାକୁ ନୁହେଁ, ବିରୋଧୀ ଦଳ ଆସନରେ ବସିବା ଲାଗି ସୁଯୋଗ ଦେଇଛନ୍ତି। ଆମେ ଆମର କାର୍ଯ୍ୟ ପ୍ରଭାବଶାଳୀ ଢଙ୍ଗରେ ନିଭାଇବୁ ବୋଲି ଏନ୍‌ସିପି ମୁଖ୍ୟ କହିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାକୁ ୧୦୫ ଓ ଏହାର ସହଯୋଗୀ ଶିବସେନାକୁ ୫୬ ଆସନ ମିଳିଥିଲାବେଳେ କଂଗ୍ରେସ ୪୪ ଏବଂ ଏନ୍‌ସିପି ୫୪ ଆସନରେ ବିଜୟୀ ହୋଇଛି। ଏନ୍‌ସିପି ସତାରା ଲୋକ ସଭା ଆସନ ଦଖଲ କରିବା ସହ ୨୦୧୪ ତୁଳନାରେ ଭଲ ପ୍ରଦର୍ଶନ କରିପାରିଛି।

Share