ପ୍ରଭାବଶାଳୀ ମହିଳା ଭୂମିକାରେ ନଜର ଆସିବେ ସୁସ୍ମିତା

ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ତାଙ୍କ ଅଭିନୀତ ୱେବ ସିରିଜ ‘ଆର୍ଯ୍ୟ’ର ଟ୍ରେଲର ରିଲିଜ ହୋଇଯାଇଛି। ଏଥିରେ ସେ ଜଣେ ପ୍ରଭାବଶାଳୀ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ଦୀର୍ଘ ୫ ବର୍ଷ ପରେ ଅଭିନୟ ଜଗତକୁ ଫେରିଥିବା ସୁସ୍ମିତାଙ୍କୁ ପ୍ରଥମଥର ପାଇଁ ଦର୍ଶକ ଏଭଳି ଚରିତ୍ରରେ ଦେଖିବାକୁ ପାଇବେ। ଏହି ସିରିଜରେ ଅଭିନେତା ଚନ୍ଦ୍ରଚୁର ସିଂହ ସୁସ୍ମିତାଙ୍କ ସ୍ବାମୀଙ୍କ ଭୂମିକାରେ ନଜର ଆସିଛନ୍ତି। ‘ନୀରଜା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାମ ମାଧବନୀ ଏହି ୱେବ ସିରିଜର ନିର୍ଦ୍ଦେଶନା ଦେବା ସହ ଏହାର କାହାଣୀ ମଧ୍ୟ ଲେଖିଛନ୍ତି। ‘ଆର୍ଯ୍ୟ’ ହେଉଛି ଜଣେ ମହିଳାଙ୍କ ସଂଘର୍ଷର କାହାଣୀ। ଏହି ୱେବ ସିରିଜରେ ସୁସ୍ମିତା ସେନ ଏବଂ ଚନ୍ଦ୍ରଚୁର ସିଂହଙ୍କ ବ୍ୟତୀତ ସିକନ୍ଦର ଖେର, ଆଲେକ୍ସ ଓନେଲ, ନମିତ ଦାସ, ମନୀଷ ଚୌଧୁରୀ, ବିରେନ ଭାଜିରାନି ପ୍ରମୁଖ ଅଭିନୟ କରିଛନ୍ତି। ଜୁନ ୧୯ରେ ହଟଷ୍ଟାରରେ ଏହା ପ୍ରସାରିତ ହେବ।

Share