ପ୍ରଭାବ ପକାଇଛି ଲକ୍‌ ଡାଉନ, ଭୋକ୍‌ ଉପାସରେ କଟୁଛି ଦିନ

ବାରକୋଟ, ୧୯।୪ (ଡି.ଏନ.ଏ.)- ଲକ୍‌ ଡାଉନ ପ୍ରଭାବରେ ଦିନ ମଜୁରିଆଙ୍କ ଅବସ୍ଥା ଦୟନୀୟ ସ୍ଥିତିରେ ପହଞ୍ଚତ୍ଛି। ଏମାନଙ୍କ ଲାଗି ଅବଶ୍ୟ ସରକାରୀ ସହାୟତା କିଛି ମାତ୍ରାରେ ସହାୟକ ହେଉଛି। ତଥାପି ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳି ଏକ ପରିବାର ଦେବଗଡ ଜିଲା ବାରକୋଟ ବ୍ଲକ ବସାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅସନନାଳୀ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ସ୍ବର୍ଗତ ଧୂଳିଆ ଲୁହୁରାଙ୍କ ପୁଅ ସୁଶାନ୍ତ ଲୁହୁରା (୩୦) ରାସନକାର୍ଡ ନ ଥିବାରୁ କୌଣସି ସରକାରୀ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସ୍ତ୍ରୀ ଟୁନି (୨୬) ବାହାଦୂର ଏବଂ ଝିଅ ସବିତା ଲୁହୁରା (୫)ଙ୍କୁ ନେଇ ତାଙ୍କ ପରିବାର। ସୁଶାନ୍ତ ଅନ୍ୟ ଜାତିର ଝିଅ ବିବାହ କରିବାରୁ ତାଙ୍କୁ ପରିବାର ଓ ସମାଜରୁ ବାହାର କରି ଦିଆଯାଇଛି। ସେ ଅନ୍ୟତ୍ର ଏକ କୁଡିଆ କରି ରହୁଛନ୍ତି। ସ୍ବାମୀ ସ୍ତ୍ରୀ ମଜୁରି କରି ପେଟ ପୋଷଛନ୍ତି। ହେଲେ ଏବେ ଲକ୍‌ ଡାଉନ ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ଏମାନେ ରୋଜଗାର ହରାଇ ବେସାହାରା ହୋଇପଡିଛନ୍ତି । ରାସନକାର୍ଡ ଖଣ୍ଡିଏ ପାଇଁ ଅନେକ ଥର ଗୁହାରି କରିଥିଲେ ମଧ୍ୟ ଆଜି ଯାଏଁ ପାଇପାରି ନାହାନ୍ତି । ତେବେ ଏ ବିଷୟରେ ବାରକୋଟ ବିଡିଓ ଟୁନୁ ମେହେରଙ୍କୁ ପଚାରିବାରୁ ପଞ୍ଚାୟତରେ ଦିଆଯାଉଥିବା ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Share