ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍‌

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ ଏବେ ବଲିଉଡ୍‌ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ ପ୍ରଭାସ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ନିକଟରେ ଏମାନେ କପିଲ ଶର୍ମା ଶୋ’ରେ ନଜର ଆସିଥିଲେ। ଆଉ  କପିଲ ଏମାନଙ୍କ ସହ ବହୁ ମଜାଦାର କଥା ଶେୟାର କରିବା ସହ ଫିଲ୍ମ ‘ସାହୋ’ର ଅର୍ଥ ପଚାରିଥିଲେ। ପ୍ରଭାସ କହିଥିଲେ ସାହୋର ସଂସ୍କୃତ ଅର୍ଥ ହେଉଛି ‘ଜୟ ହୋ’। ହେଲେ ଏତିକିରେ ଥମି ନ ଥିଲେ ପ୍ରଭାସ। ସେ ଏହି ଶୋ’ରେ ତାଙ୍କ ପୁରା ନାଁ କହିବା ପରେ ଦର୍ଶକଙ୍କ ହୋସ୍‌ ଉଡି ଯାଇଥିଲା। ପ୍ରଭାସଙ୍କ ପୁରା ନାଁ ହେଉଛି ଭେଙ୍କଟେଶ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଳପନ୍ତି।

Share