Advertisement

ପ୍ରଭୁ ଗଣେଶଙ୍କୁ ବେଶି ପସନ୍ଦ ମୋଦକ, ଜାଣନ୍ତୁ କାହିଁକି

ଆସୁଛି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ପରେ ବିରାଜମାନ ହେବେ ବିଘ୍ନ ବିନାଶକ ପ୍ରଭୁ ଗଣେଶ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ବତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ପ୍ରସ୍ତୁତ ଚାଲିଛି। କିନ୍ତୁ ଜାଣିଛନ୍ତି ଗଣେଶଙ୍କ ପ୍ରିୟ ଖାଦ୍ୟ  ମୋଦକ। ଏହା ପଛରେ ମଧ୍ୟ ଏକ ପୌରାଣିକ କାହାଣୀ ରହିଛି। ଋଷି ଅତ୍ରି ଏବଂ ତାଙ୍କ ସ୍ତ୍ରୀ ଅନସୂୟା ଦିନେ ପ୍ରଭୁ ଗଣେଶଙ୍କୁ ଅତିଥି ଭାବେ ଘରକୁ ଡାକିଥିଲେ। କିଛି ସମୟ ବିଶ୍ରାମ ନେବା ପରେ ତାଙ୍କୁ ଖାଦ୍ୟ ପରଷିଥିଲେ ଅନସୂୟା। ମାତ୍ର ଦେଖୁ ଦେଖୁ ତାଙ୍କ ଥାଳି ସଫା ହୋଇଯାଇଥିଲା। ଏମିତି କି ଯାହା ରନ୍ଧା ଯାଇଥିଲା ତାହା ମଧ୍ୟ ଶେଷ ହୋଇଯାଇଥିଲା। ଏହାଦେଖି ଚିନ୍ତାରେ ପଡିଯାଇଥିଲେ ଉଭୟ। ଏତିକିବେଳେ ଅନସୂୟାଙ୍କ ମନରେ ଏକ ଉପାୟ ଜୁଟିଥିଲା। ଖାଦ୍ୟ ଗ୍ରହଣ ପରେ ଗଣେଶଙ୍କୁ କିଛି ମିଠା ମୋଦକ ପରଷି ଦେଇଥିଲେ। ଏହାଦେଖି ଖୁସିରେ ନାଚିଉଠିଥିଲେ ଗଣେଶ। ତାଙ୍କୁ ମୋଦକ ଭାରି ଭଲ ଲାଗିଥିଲା। ସେବେଠାରୁ ସେ ମା’ ପାର୍ବତୀଙ୍କ ପାଖରେ ମୋଦକ ଖାଇବାକୁ ସର୍ବଦା ଅଡି ବସୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share