ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଗଭୀର ପ୍ରେମ କରୁଥିଲେ ଏହି ମୁସଲମାନ ନେତା

ଆଜି ସାରା ଦେଶରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତମାନେ ମନ୍ଦିରରେ ଭିଡ ଜମାଇଛନ୍ତି। ତେବେ ଶ୍ରୀକୃଷ୍ଣଙ୍କୁ କେବଳ ହିନ୍ଦୁମାନେ ନୁହନ୍ତି, ମୁସଲମାନମାନେ ବି ଭକ୍ତି କରୁଥିବାର ଦେଖାଯାଏ। ସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ତଥା ଶାୟର ମୌଲାନା ହସରତ ମୋହାନି ଶ୍ରୀକୃଷ୍ଣଙ୍କୁ ଏତେ ପ୍ରେମ କରୁଥିଲେ ଯେ, ତାଙ୍କ ନାଁ ବଦଳାଇ ହସରତ କୃଷ୍ଣା କରିଦେଇଥିଲେ। ସାରା ଜୀବନ କୃଷ୍ଣଙ୍କ ଭକ୍ତ ଭାବେ ସେ ଅନେକ କବିତା, ଗଜଲ୍‌ ଏବଂ ଶାୟରି ଲେଖିଥିଲେ। ହସରତଙ୍କ ପିଲାଦିନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ କଟିଥିଲା। ମାତ୍ର ୨୦ ବର୍ଷ ବୟସରେ ସେ ବ୍ରିଟିଶ୍‌ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସମୟ ମିଳିଲେ ସେ ମନ୍ଦିରରେ ବସି କୃଷ୍ଣଙ୍କ ପ୍ରବଚନ ଶୁଣୁଥିଲେ।

Share