ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଦ୍ୱିତୀୟ ଦିନରେ ଚଢାଉ ଜାରି

ସମ୍ବଲପୁର,୧୯ା୧୨(ପ୍ରମୋଦ ବହିଦାର): ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଲଗାତର ଦ୍ୱିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ କରାଯାଉଛି। ଇଡି ପକ୍ଷରୁ ତାଙ୍କର ସମ୍ବଲପୁରସ୍ଥିତ ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ସେଥିମଧ୍ୟରେ ସମ୍ବଲପୁର ଦାନିପାଲିସ୍ଥିତ ବିଶ୍ବ ମୁଖ୍ୟ କାର୍ଯ୍ୟାଳୟ, ଏହା ନିକଟରେ ଥିବା ତାଙ୍କ ମ୍ୟାନେଜର ରହୁଥିବା ଘରେ ଓ ଭଡ଼ା ସୂତ୍ରରେ ଲାଗିଥିବା ଫାଟକ ଘରେ ଚଢ଼ାଉ ହୋଇଛି। ଏହାବ୍ୟତୀତ ତାଙ୍କ ଦିଲ୍ଲୀସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ଶୁଣିବାକୁ ମିଳିଛି। କ୍ଷୀରୋଦ ଏକାଧିକ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିଲେ।
୨୩୧ କୋଟି ଠକେଇ ଅଭିଯୋଗରେ ଇଡି ଏକ ୬ ଜଣିଆ ଦଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। କ୍ଷୀରୋଦଙ୍କ ସଂସ୍ଥା ବିରୋଧରେ ଏହି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ସେ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ ବୋଲି ଜଣାପଡ଼ିଛି। ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା।

ସୂଚନାଯୋଗ୍ୟ, ବର୍ତ୍ତମାନ କ୍ଷୀରୋଦ ମଲ୍ଲିକଙ୍କ ବଡ଼ ଭଉଣୀ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି। ପୂର୍ବରୁ ମଧ୍ୟ ବିଶ୍ୱ ଏନ୍‌ଜିଓରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୩ଥର ଚଢ଼ାଉ କରାଯାଇଥିଲା। କ୍ଷୀରୋଦ ମଲ୍ଲିକଙ୍କ ଗତ ସେପ୍ଟେମ୍ବର ୧୮ ତାରିଖରୁ ମୃତ୍ୟୁ ଘଟି ସାରିଥିବା ବେଳେ ବିଶ୍ବ ସଂସ୍ଥା କିଛି ବର୍ଷ ହେବ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯ା୧୨: ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ...

ବାଇକ୍‌କୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ଅଟୋ, ୨ ଗୁରୁତର

ପାଟଣା,୧୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଧପୁର ନିକଟରେ ଗୁରୁବାର ପୂର୍ବାହ୍ନ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ...

ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ବ୍ଲକ ସଭାପତି ଏନ୍‌ ଗଣେଶ ରେଡ୍ଡୀ, ଚିକିତ୍ସା ଚାଲିଥିବାବେଳେ…

ଗଞ୍ଜାମ,୧୯ା୧୨(ବିଦ୍ୟାଧର ସାହୁ): କଂଗ୍ରେସର ବରିଷ୍ଠ ନେତା ତଥା ଗଞ୍ଜାମ ବ୍ଲକ ସଭାପତି ଏନ୍‌. ଗଣେଶ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ଖବର ପାଇ କାଇଞ୍ଚପୁର ଗ୍ରାମସ୍ଥିତ ନିଜ...

କଳାହାଣ୍ଡିରେ ସ୍ବାସ୍ଥ୍ୟମନ୍ତ୍ରୀ: ବିଭିନ୍ନ ମଣ୍ଡି ବୁଲି ବୁଝିଲେ ଚାଷୀଙ୍କ ସମସ୍ୟା, କହିଲେ ଦେଇଥିବା ପ୍ରତିଶ୍ରୁତି ଆମେ…

ଭବାନୀପାଟଣା,୧୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ। ଏହି...

୧୮ ଇଭେଣ୍ଟରେ ପାରଦର୍ଶିତା ଦେଖାଇଲେ ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୧୯।୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡୋତ୍ସବ ଉଦ୍‌ଯାପିତ...

ମେଘୁଆ ପାଗକୁ ଦେଖି ଚିନ୍ତାରେ ଚାଷୀ

ଗଞ୍ଜାମ,୧୯।୧୨(ବିଦ୍ୟାଧର ସାହୁ):ଗତ ଦୁଇଦିନ ହେଲା ପାଗ ମେଘୁଆ ରହିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ l ଗଞ୍ଜାମ ବ୍ଲକ ଅଞ୍ଚଳରେ...

ହଷ୍ଟେଲରେ ଝୁଲିପଡ଼ିଲେ ଛାତ୍ରୀ: ପୋଲିସ କରୁଛି ଛାନଭିନ୍‌

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରି ବିଶ୍ୱବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀ ନିବାସ (ହଷ୍ଟେଲ)ଭିତରୁ ଗୁରୁବାର ସକାଳରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ...

ଟ୍ରକ ଅଟକାଇ ଟଙ୍କା ମାଗୁଥିଲେ ଦୁର୍ବୁତ୍ତ: ଟଙ୍କା ନ ଦେବାରୁ ଗୋଡାଇ ଗୋଡାଇ ହାଣିଲେ

ଭଦ୍ରକ, ୧୯।୧୨(ସନାତନ ରାଉତ)- ଭଦ୍ରକ ନୂଆ ବସ ଷ୍ଟାଣ୍ଡ ପୋଲ ତଳେ ବୁଧବାର ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭର ସମେତ ୩ ଜଣକୁ ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri