Categories: ଖେଳ

ପ୍ରମୋଦଙ୍କ ପଏଣ୍ଟ ୬୩୦୦ରେ ପହଞ୍ଚିଲା

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଡେନ୍‌ମାର୍କର କୋପେନହାଗେନଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଏଥି ସହିତ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କର ର଼୍ୟାଙ୍କିଙ୍ଗ ପଏଣ୍ଟ ୬,୩୦୦ରେ ପହଞ୍ଚିଛି। ଫଳରେ ଅଲିମ୍ପିକ୍ସରେ ତାଙ୍କର ଅଂଶଗ୍ରହଣ କ୍ରମେ ଦୃଢ଼ ହେବାରେ ଲାଗିଛି। ନିୟମ ଅନୁସାରେ ସର୍ବାଧିକ ର଼୍ୟାଙ୍କିଙ୍ଗ ପଏଣ୍ଟ ପାଇଥିବା ୬ ପ୍ରତିଯୋଗୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରମୋଦଙ୍କ ର଼୍ୟାଙ୍କିଙ୍ଗ ପଏଣ୍ଟର ପାଖାପାଖି ଆଉ କୌଣସି ଆଥଲେଟ୍‌ ପହଞ୍ଚତ୍ ପାରିନାହାନ୍ତି। ଅଲିମ୍ପିକ୍ସ ପୂର୍ବରୁ ଆଉ ଅଳ୍ପ ପ୍ରତିଯୋଗିତା ଥିବାରୁ ପ୍ରମୋଦ ଅଲିମ୍ପିକ୍ସ ଯୋଗ୍ୟତାର ଦ୍ୱାରରେ ପହଞ୍ଚତ୍ ଯାଇଛନ୍ତି। ପ୍ରମୋଦଙ୍କ ତଳକୁ ଦ୍ୱିତୀୟ ସ୍ଥାନରେ ରହିଥିବା ଡାନିଏଲ ବାଥେଲ ୩,୭୭୦ ପଏଣ୍ଟରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦଙ୍କ ଡବଲ୍ସ ପାର୍ଟନର ମନୋଜ ସରକାର ୩୧୮୦, ଦାଇସୁକେ ଫୁଜିହାରା ୩୦୫୦, ଉକୁନ ରୁକେଣ୍ଡି ୨୬୩୦ ଓ ବିକ୍ରମ କୁମାର ୧୫୭୦ ପଏଣ୍ଟ ପାଇଛନ୍ତି।

Share