Categories: ଖେଳ

ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୭।୮(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ ପ୍ରମୋଦଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଶନିବାର ମନୋନୀତ କରାଯାଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ତରାକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରାଅଲିମ୍ପିକ୍ସ ରୌପ୍ୟପଦକ ବିଜୟିନୀ ଦୀପା ମଲିକଙ୍କ ନାମ ମନୋନୀତ କରାଯାଇଛି। କ୍ରିକେଟର ରବୀନ୍ଦ୍ର ଜାଡେଜା, ମହିଳା କ୍ରିକେଟର ପୁନମ ଯାଦବ, ଫୁଟବଲର ଗୁରପ୍ରୀତ ସିଂ ସାନ୍ଧୁ ଓ ଅନ୍ୟମାନେ ଏଥର ଅର୍ଜୁନ ପରୁସ୍କାର ପାଇବେ। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ରେଗୁଲରା କାଟାଗୋରୀ ପାଇଁ ୩ ଓ ଲାଇଫ୍‌ ଟାଇମ୍‌ ବର୍ଗ ପାଇଁ ୩ ଜଣଙ୍କ ନାମ ମନୋନୀତ କରାଯାଇଛି। ସେହିପରି ୫ଜଣ ପୂର୍ବତନ କ୍ରୀଡ଼ାବିତ ଧ୍ୟାନଚାନ୍ଦ ପୁରସ୍କାର ପାବେ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରାଯିବ।

Share