Categories: ଖେଳ

ପ୍ରମୋଦ ଶ୍ରେଷ୍ଠ, ଶୁଭମ୍‌ ଇମର୍ଜିଂ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ବିଶ୍ୱ ଚାମ୍ପିୟନ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଚଳିତ ବର୍ଷର ସ୍ପୋଟର୍‌ସଲଗ୍‌ଅନ୍‌ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ପାରା ବ୍ୟାଡ୍‌ମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସ ଶ୍ରେଷ୍ଠ କୋଚ୍‌, ଭାରୋତ୍ତୋଳନ ଓ ଶକ୍ତିଉତ୍ତୋଳନକାରୀ ସୌଭାଗିନୀ ପ୍ରଧାନ (ରାଉତରାୟ) ପ୍ଲେୟର ଅଫ୍‌ ଦି ବାଏଗନ୍‌ ଏରା ପୁରସ୍କାର ପାଇବେ। ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀ ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ଏବଂ କରାଟେକା ଜସ୍ମିନ ପାର୍ଥସାରଥୀ ମିଶ୍ର କୁମୁଦିନୀ ମିଶ୍ର କ୍ରୀଡ଼ା ପ୍ରତିଭା ପୁରସ୍କାରରେ ସମ୍ମାନିତ ହେବେ। ପୁରସ୍କାର ଆକାରରେ ଏହି ୫ ବିଜେତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ସହ ଟ୍ରଫି ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଆସନ୍ତା ୧୧ ତାରିଖରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ପ୍ରକାଶ ଯୋଗ୍ୟ ଯେ, ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କ୍ରୀଡ଼ାବିତ୍‌ ମାନଙ୍କୁ ୨୦୧୧ ମସିହାଠାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Share