Categories: ଖେଳ

ପ୍ରଶଂସକଙ୍କ ପାଇଁ ତଳେ ପଡ଼ିଲେ ରୋହିତ

ପୁଣେ,୧୨।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ ଗ୍ରାଉଣ୍ଡ ବାରିକେଡ ଡେଇଁ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଭାରତୀୟ ଓପନର ରୋହିତ ଶର୍ମାଙ୍କ ଗୋଡ଼ ଛୁଇଁବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅଚାନକ ଏହା ଦେଖି ରୋହିତ ନିୟନ୍ତ୍ରଣ ହରାଇ ପ୍ରଶଂସକଙ୍କ ଉପରେ ପଡ଼ିଯାଇଥିଲେ। ଏହି ଘଟଣା ଦକ୍ଷିଣ ଆଫ୍ରିକାର ସେନୁରାନ ମୁଥୁସାମି ଆଉଟ୍‌ ହୋଇ ପ୍ୟାଭେଲିଅନ ଫେରିବାବେଳେ ଘଟିଥିଲା। ତେବେ ଏଥିରେ ରୋହିତ ଆହତ ହୋଇନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଭାଇଜାଗ ଟେଷ୍ଟରେ ମଧ୍ୟ ଜଣେ ପ୍ରଶଂସକ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ହାତ ମିଳାଇଥିଲେ ଏବଂ ସେଲ୍‌ଫି ନେବାକୁ ଚେଷ୍ଟା କରିଥିଲେ। ଏଥିପୂର୍ବରୁ ଫିଲ୍ଡରେ ପ୍ରଶଂସକ ପ୍ରବେଶ କରିବା ଯୋଗୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଦୁଇ ଥର ବାଧାପ୍ରାପ୍ତ ହୋଇଥିଲା।

Share