Categories: ଖେଳ

ପ୍ରଶଂସକଙ୍କ ମୋବାଇଲରେ ନିଜ ନମ୍ବର ସେଭ୍‌ କରିଥିଲେ ସଚିନ: କିନ୍ତୁ ନିଜ ନାଁରେ ନୁହେଁ…

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ରବଳ ସମର୍ଥକ ଭାବେ ସୁଧୀର ଗୌତମ ସାରା ବିଶ୍ବରେ ପ୍ରସିଦ୍ଧ। ସେ ସଚିନଙ୍କୁ ଈଶ୍ବରଙ୍କ ପରି ପୂଜା କରିଥାଆନ୍ତି। ୨୦୦୦ ପରଠାରୁ ବିଶ୍ବରେ ଏପରି କୌଣସି କ୍ରିକେଟ ମ୍ୟାଚ୍‌ ନାହିଁ; ଯେଉଁଥିରେ ସଚିନ ତେନ୍ଦୁଲକର ଖେଳିଛନ୍ତି ଏବଂ ଯାହା ଦେଖିବା ପାଇଁ ସୁଧୀର ସେଠାକୁ ଯାଇନାହାନ୍ତି। ମୁଣ୍ଡ କେଶକୁ ଭାରତୀୟ ମାନଚିତ୍ର ଆକାରରେ କାଟି; ସାରା ଶରୀରରେ ରଙ୍ଗ ମାଖି ସେଥିରେ ସଚିନ ତେନ୍ଦୁଲକରଙ୍କ ନାମ ଓ ତାଙ୍କ ଶର୍ଟ ନମ୍ବର ୧୦ ଲେଖି ମ୍ୟାଚ୍‌ ବେଳେ ସୁଧୀର ଗୌତମ ଷ୍ଟାଡିୟମରେ ହାଜର ହୋଇଯାଆନ୍ତି। ଭାରତୀୟ ଜାତୀୟ ପତାକା ଧରି ଶଙ୍ଖ ଫୁଙ୍କିବା ଦେଖିବାକୁ ମିଳିଥାଏ। ପ୍ରକୃତରେ ସୁଧୀରଙ୍କ ପରି କ୍ରିକେଟ ପ୍ରଶଂସକ ବିଶ୍ବରେ ବିରଳ। ସଚିନ ମଧ୍ୟ ତାଙ୍କୁ ମ୍ୟାଚ୍‌ ଟିକେଟ୍‌ ଯୋଗାଇ ଦିଅନ୍ତି। ଯଦିଓ ସଚିନ କ୍ରିକେଟରୁ ଅବସର ନେଇସାରିଛନ୍ତି ତଥାପି ଏବେ ବି ସେ ଭାରତ ଖେଳୁଥିବା ପ୍ରତି ମ୍ୟାଚ୍‌ରେ ‘ମିସ୍‌ ୟୁ’ ଲେଖି ଷ୍ଟାଡିୟମରେ ସେ ଉପସ୍ଥିତ ଥା’ନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସୁଧୀର କହିଛନ୍ତି, ସଚିନ ପାଜି ମୋ ମୋବାଇଲରେ ନିଜ ନମ୍ବର ସେଭ୍‌ କରିଥିଲେ। ନିଜ ନାମ ପରିବର୍ତ୍ତେ ଆଦିଦାସ୍‌ରେ ସେଭ୍‌ କରିଥିଲେ ବୋଲି ସେ କହିଛନ୍ତି। କେବଳ ସଚିନ ନୁହନ୍ତି, ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳିଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା କହନ୍ତି ସୁଧୀର।

Share