Categories: ଜାତୀୟ

ପ୍ରଶଂସା କଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୬ା୮ (ଆଇଏଏନ୍‌ଏସ୍‌)- ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୩୭୦ ଏକ ପୁରୁଣା ପ୍ରସଙ୍ଗ। ସ୍ବାଧୀନତା ପରେ ଅନେକ ସ୍ବାଧୀନତା ସଂଗ୍ରାମୀ ଏହାକୁ ହଟାଇବା ସପକ୍ଷରେ ଥିଲେ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଇ ଯେଉଁ ଭୁଲ କରାଯାଇଥିଲା ତାହା ନରେନ୍ଦ୍ର ମୋଦି ସରକାର ସୁଧାରିଦେଇଛନ୍ତି। ଏହାକୁ ସ୍ବାଗତ କରାଯିବା ଉଚିତ। ରାଜ୍ୟ ସଭା ପରେ ଏହା ଲୋକ ସଭାରେ ମଧ୍ୟ ଗୃହତୀ ହେବ। ଏଥିରେ ସନ୍ଦେହ ନାହିଁ ବୋଲି ଦ୍ୱିବେଦୀ ଟୁଇଟ୍‌ କରି ବ୍ୟକ୍ତିଗତ ଭାବେ ପ୍ରଶଂସା କରିଛନ୍ତି।

Share