ପାଟନା,୬।୧: ବିହାରରେ ବିପିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ବିରୋଧ କରୁଥିବା ପ୍ରାର୍ଥୀଙ୍କୁ ସମର୍ଥନ କରି ପାଟଣାର ଗାନ୍ଧୀ ମଇଦାନରେ ଆମରଣ ଅନଶନ କରିଥିବା ଜନ ସୁରଜ ପାର୍ଟି (ଜେଏସୟୁପିଏ) ନେତା ପ୍ରଶାନ୍ତ କିଶୋର (ପି.କେ)ଙ୍କୁ ସୋମବାର ପୋଲିସ ଗିରଫ କରିଛି। ସୋମବାର ପୂର୍ବାହ୍ନ ପ୍ରାୟ ୩ଟାରୁ ୪ଟା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଏମ୍ସ ପାଟନାରେ ଭର୍ତ୍ତି କରାଯାଇଥିଲା। ପାଟନା ଏମ୍ସ ବାହାରେ ତାଙ୍କ ସମର୍ଥକଙ୍କ ଭିଡ ଥିଲା।
ସମର୍ଥକମାନେ ଆମ୍ବୁଲାନ୍ସକୁ ପ୍ରବେଶ କରିବାକୁ ଦେଉନଥିଲେ। ସେଠାରେ ବହୁ ସଂଖ୍ୟାରେ ମହିଳା ସମର୍ଥକ ମଧ୍ୟ ଥିଲେ। ପୋଲିସ ସାମାନ୍ୟ ବଳ ପ୍ରୟୋଗ କରି ଆମ୍ବୁଲାନ୍ସକୁ ଭିତରକୁ ନେବାରେ ସଫଳ ହୋଇଥିଲା।
ସୂଚନାନୁସାରେ, ପ୍ରଶାନ୍ତ କିଶୋର କୌଣସି ପ୍ରକାରର ଅନୁସନ୍ଧାନ ଏବଂ ଉପବାସ ଭାଙ୍ଗିବାକୁ ମନା କରି ଦେଇଛନ୍ତି। ପ୍ରାଥମିକ ଅନୁସନ୍ଧାନରେ ଡାକ୍ତରମାନେ କୌଣସି ପ୍ରକାରର ଚିନ୍ତାକୁ ଅସ୍ବୀକାର କରିଛନ୍ତି। ତେବେ ପିକେଙ୍କ ସ୍ବାସସ୍ଥାବସ୍ଥା ଠିକ ଥିବା କୁହାଯାଇଛି।
ସୂଚନାଯୋଗ୍ୟ, ଏହି ଘଟଣାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥି ସହିତ, ଅନ୍ୟ ଦଳର ପ୍ରତିକ୍ରିୟା ମଧ୍ୟ ଏହି ବିଷୟରେ ଆସିବାରେ ଲାଗିଛି।
ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିବା ପରେ ପାଟନା ପୋଲିସ ସୋମବାର ତାଙ୍କୁ ସିଭିଲ କୋର୍ଟରେ ହାଜର କରିଥିଲା। ୨୫ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ପ୍ରଶାନ୍ତ କୋର୍ଟରୁ ଜାମିନ ପାଇଥିଲେ।