Categories: ଜାତୀୟ

ପ୍ରଶାନ୍ତ କିଶୋରଙ୍କ ନାଁରେ ଅଭିଯୋଗ

ପାଟନା,୨୭।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ନାଁରେ ଆସିଛି ଅଭିଯୋଗ। ବିହାରର ପାଟନାରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ‘ବାତ ବିହାର କି’ କାର୍ଯ୍ୟକ୍ରମକୁ ନେଇ ଏହି ଅଭିଯୋଗ ହୋଇଛି। ଏଥିରେ ସେ କଣ୍ଟେଣ୍ଟ ଚୋରି କରିଥିବା ଅଭିଯୋଗ ହୋଇଛି। ଆଇପିସି ଧାରା ୪୨୦ ଆଧାରରେ ତାଙ୍କ ନାଁରେ ଏହି ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଜିଡିୟୁରୁ ବାହାରିବା ପରେ ପ୍ରଶାନ୍ତ କିଶୋର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ‘ବାତ ବିହାର କି’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଥିଲେ।

Share