Categories: ଜାତୀୟ

ପ୍ରଶାନ୍ତ କିଶୋରଙ୍କ ସଦସ୍ୟତାକୁ ସ୍ବାଗତ କଲା ଏଏପି

ନୂଆଦିଲ୍ଲୀ,୨୧।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନରେ ବିଜୟ ହେବା ପଛରେ ପ୍ରଶାନ୍ତ କିଶୋରଙ୍କ ହାତଥିବା କୁହାଯାଉଥିବା ବେଳେ ଏବେ ସେ କିନ୍ତୁ ମୋଦିଙ୍କଠାରୁ ଦୂରରେ। ଏହାପରେ ପୁଣିଥିରେ ତାଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଦେଖିବାକୁ ମିଳିଥିଲା। କିନ୍ତୁ ସେତେବେଳେ ସେ କହିଥିଲେ ନୀତୀଶ ତାଙ୍କୁ ପୁଅଭଳି ଦେଖନ୍ତି। ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହାପରେ ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ସ୍ବାଗତ ଜଣାଇବାକୁ ପହଞ୍ଚିଥିଲେ ପ୍ରଶାନ୍ତ। ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଅନୁମାନ କରାଯାଉଥିବା ବେଳେ ଶୁକ୍ରବାର ଏଏପି ନେତା ସଞ୍ଜୟ ସିଂ କହଛନ୍ତି ପ୍ରଶାନ୍ତଙ୍କ ସଦସ୍ୟତାକୁ ଏଏପି ସ୍ବାଗତ କରୁଛି। ଏଥିରୁ ଅନୁମାନ କରାଯାଉଛି କି ହୁଏତ ପ୍ରଶାନ୍ତ ଏଏପିରେ ଯୋଗ ଦେବାକୁ ଚାହୁଁଛନ୍ତି ନଚେତ୍‌ ଏଏପି ପ୍ରଶାନ୍ତଙ୍କୁ ସଦସ୍ୟତା ଦେବାକୁ ଚାହୁଁଛି।

Share