Categories: ଜାତୀୟ

ପ୍ରଶାନ୍ତ ଜେଡିୟୁକୁ ବଡ ଦଳ କହିବାରୁ ଜବାବ ଦେଲା ଭାଜପା

ପାଟନା,୩୦।୧୨: ବିହାର ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ଏହି ନିର୍ବାଚନକୁ ନେଇ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଆଗାମୀ ନିର୍ବାଚନରେ ଜେଡିୟୁ ବିହାରରେ ବଡ ଦଳ ଭାବେ ରହିବା ଦରକାର। ୨୦୦୪ରୁ ଭାରତୀ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କରିବା ପରେ ବି ଜେଡିୟୁ ବଡ ଦଳ ହୋଇିଥିବାରୁ ଏହାକୁ ୫୦ ପ୍ରତିଶତରୁ ଅଧିକ ଆସନ ମିଳିବା କଥା। ତେଣୁ ଭାଜପା ଆସନ ବୁଝାମଣା କରିବା ପୂର୍ବରୁ ଜେଡିୟୁ ଏହା ଚିନ୍ତା କରିବା କଥା। ପ୍ରଶାନ୍ତଙ୍କର ଏହି ବୟାନ ପରେ ଭାଜପା କହିଛି ଆସନ ବୁଝାମଣା କଥା ଦଳର ହାଇକମାଣ୍ଡ ବୁଝିବେ। ପ୍ରଶାନ୍ତ ଏବେଠାରୁ ଏହାକୁ ନେଇ କାହିଁକି ମତ ଦେଉଛନ୍ତି। ଭାଜପା ନେତା ନୀତୀନ ନବିନ କହିଛନ୍ତି, ପ୍ରଶାନ୍ତ ବିନା ମୌସୂମୀରେ ବର୍ଷା କରୁଛନ୍ତି। ତାଙ୍କ ବୟାନ ଜେଡିୟୁର ଅଫିସିଆଲ୍‌ ବୟାନ ନୁହେଁ। ତେଣୁ ସମୟ କହିବ କିଏ ବଡ କିଏ ଛୋଟ।

Share