ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏକ ଆଗ୍ନେୟଗିରିରୁ ଉଦ୍‌ଗିରଣ ହୋଇଥିବା ଲାଭା ଦ୍ୱାରା ଏହା ସୃଷ୍ଟି ହୋଇଛି ବୋଲି ସାଟେଲାଇଟ୍‌ ଫଟୋରୁ ଜଣାପଡିଛି । ଏହିି ମାସ ଆରମ୍ଭରେ ୨୦ ହଜାରଟି ଫୁଟବଲ୍‌ ଫିଲ୍ଡ ଆକାରର ବିରାଟ ପଥର ପ୍ରଥମେ ଫିଜି ଅଭିମୁଖେ ଯାଉଥିବା ଏକ ଅଷ୍ଟ୍ରେଲୀୟ ଦମ୍ପତି ଠାବ କରିଛନ୍ତି। ଏହାକୁ ସି’ଅଫ ପୁମାଇସ କୁହାଯାଉଛି। ଏହାର ଓଜନ କମ୍‌ ଓ ଭାସମାନ ଅବସ୍ଥାରେ ରହିଛି। ଲାଭା ଶୀଘ୍ର ଶୀତଳ ହେବାରୁ ଏହି ଶିଳା ସୃଷ୍ଟି ହୋଇଥିବା କୁହାଯାଉଛି। ଏହାର ନମୁନା କୁଇନ୍ସଲାଣ୍ଡ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିର ଗବେଷକମାନଙ୍କ ନିକଟକୁ ଗବେଷଣା ପାଇଁ ପଠାଯାଇଛି। ଏହି ଶିଳା ଏବେ ଫିଜିର ପଶ୍ଚିମ ଆଡ଼କୁ ଭାସି ଭାସି ଯାଉଛି ଆଉ ବର୍ଷକ ମଧ୍ୟରେ ଅଷ୍ଟ୍ରେଲିଆ କୂଳରେ ପହଞ୍ଚତ୍ବ ବୋଲି ଆଶଙ୍କା କରାଯାଉଛି।

Share