ପ୍ରଶାସନକୁ ବିରୋଧ କଲା ଗଣମାଧ୍ୟମ: ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳାରଙ୍ଗରେ ହେଲା ଛପା

ମେଲବୋର୍ନ,୨୧।୧୦: ଅଷ୍ଟ୍ରେଲିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦେଶର ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳା ରଙ୍ଗରେ ଛପା ହୋଇଛି। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ଚଢ଼ାଉ ଘଟଣାକୁ ବିରୋଧ କରି ସମସ୍ତ ଖବର କାଗଜ ଏକଜୁଟ ହୋଇଛନ୍ତି। ସରକାରଙ୍କ କଡ଼ା ଆଇନ ଲୋକଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ମୁଖ୍ୟ ପୃଷ୍ଠାରେ ଲେଖା ହୋଇଛି, ଯେତେବେଳେ ସରକାର ସତ୍ୟ ଖବରଠାରୁ ଦୂରରେ ରହୁଛନ୍ତି ସେତେବେବେଳେ କେଉଁ ଛପା ଯିବ?। ଏହି ବାକ୍ୟକୁ କେବଳ ବାରମ୍ବାର ମୁଖ୍ୟ ପୃଷ୍ଠାରେ ଛପା ଯାଇଛି। ଖବର କାଗଜ ଗୁଡ଼ିକର ଏଭଳି ପ୍ରତିବାଦକୁ ରେଡ଼ିଓ ଏବଂ ଟେଲିଭିଜନ ସଂସ୍ଥା ମଧ୍ୟ ସମର୍ଥନ କରିଛନ୍ତି।

Share