ପ୍ରଶାସନଠୁ ନିରାଶ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୨୧।୧୦(ସ୍ବ.ପ୍ର.): ପ୍ରଶାସନର ପ୍ରତିଶ୍ରୁତି ବିଫଳ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ କବିତ୍ରା ଗ୍ରାମ ମହାନ୍ତ ସାହିରେ। ଦୀର୍ଘଦିନ ହେବ ଜେନାସାହିରୁ ମହାନ୍ତ ସାହି ପର୍ଯ୍ୟନ୍ତ ରାସ୍ତାରେ ଖାଲଖମା ହେବା ସହ ବର୍ଷା ଦିନେ କାଦୁଅ ପଚପଚ ହେଉଥିବାରୁ ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଉଥିଲା। ରାସ୍ତାର ଏଭଳି ଦୁରବସ୍ଥା ଯୋଗୁ ୧୦୮ ଆମ୍ବୁଲାନ୍ସ ସେବା, ଛାତ୍ରୀଛାତ୍ରମାନେ ସ୍କୁଲ ଯିବାରେ ଅସୁବିଧା ଭୋଗୁଥିଲେ। ଏ ନେଇ ଗତ ମାସ ୭ ତାରିଖରେ ସାହିବାସୀ ଜିଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସୋମବାର ସେମାନେ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି।

Share