ପ୍ରଶାସନର ପରାମର୍ଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ.ଏ): କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଛି । ଜିଲାରେ ୧୪୪ ଧାରା ବଳବତ୍ତର ରହିଛି। ଔଷଧ ଓ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ କୁହାଯାଇଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋମବାର ଦାରିଙ୍ଗବାଡ଼ି ବ୍ଲକ ସଭାଗୃହରେ କରୋନା ମୁକାବିଲା ନେଇ ଏକ ବୈଠକ ପ୍ରୋବେଶନ ଆଇଏଏସ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ନିତିଶ ତ୍ରିପାଠୀ, ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝି, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ସିମନବାଡ଼ି ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ ପ୍ରମୁଖ ଯୋଗ ଦେଇଥିଲେ । କରୋନା ମୁକାବିଲା ପାଇଁ ବ୍ଲକର ୨୫ ପଞ୍ଚାୟତ ନିମନ୍ତେ ୭ଟି ସ୍କ୍ବାର୍ଡ ଟିମ୍‌ ଗଠନ କରାଯାଇଛି । ଏହି ଟିମ ଗାଁ ଗାଁରେ ବୁଲି ଯେଉଁଠି ୧୪୪ ଧାରା ଉଲ୍ଲଂଘନ କରାଯାଉଥିବ ଏବଂ ପ୍ରଶାସନର ପରାମର୍ଶକୁ କେହି ବେଖାତିର ଦେଖିଲେ ସମ୍ପୃକ୍ତ ତୁରନ୍ତ ଗିରଫ କରାଯିବ ବୋଲି କୁହାଯାଇଛି ।

Share