ପ୍ରଶାସନର ରନ୍ଧାଖାଦ୍ୟ ଲୋକଙ୍କୁ ଭରସା

ଦେବଗଡ,୧୦ା୪(ଡି.ଏନ.ଏ.):ଦେବଗଡ଼ ଜିଲାର ୩ଟି ବ୍ଲକର ୫୮ଟି ପଞ୍ଚାୟତରେ ୨୨୦୯ ଏବଂ ପୌରାଞ୍ଚଳର ୩୦୦ଜଣ ଅସହାୟ, ନିରାଶ୍ରୟ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି। ଶୁକ୍ରବାର ବାରକୋଟ ବ୍ଲକର ୨୩ଟି ପଞ୍ଚାୟତରେ ୮୭୦ଜଣ ବୟସ୍କ ଏବଂ ୧୩୨ଜଣ ଶିଶୁଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ରିଆମାଳ ବ୍ଲକର ୧୯ଟି ପଞ୍ଚାୟତରେ ୫୧୫ ଜଣ ବୟସ୍କ ଏବଂ ୧୧୯ଜଣ ଶିଶୁଙ୍କୁ ଖାଦ୍ୟ ବଣ୍ଟନ ହୋଇଥିଲା। ତିଲେଇବଣି ବ୍ଲକର ୧୬ଟି ପଞ୍ଚାୟତରେ ୫୦୪ ଜଣ ବୟସ୍କ ଓ ୬୯ଜଣ ଶିଶୁଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଆଜି ସୁଦ୍ଧା ଜିଲାରେ ୩୦୫୨୯ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ପ୍ରଶାସନ କହିଛି।