ପ୍ରଶାସନିକ କଟକଣା ନ ମାନି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ ଅଫିସ,୨୩।୩: ଭଦ୍ରକ ପୌରାଞ୍ଚଳ ଅଧୀନରେ ଜଣେ ବ୍ୟବସାୟୀ ପ୍ରଶାସନିକ କଟକଣାକୁ ନ ମାନି ସୋମବାର ଗିରଫ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ବାଦ୍‌ ଦେଇ ଅନ୍ୟାନ୍ୟ ସମସ୍ତ ବନ୍ଦ ରଖିବାକୁ ପ୍ରଶାସନିକ ନିର୍ଦ୍ଦେଶ ଥିବା ବେଳେ ଏହି କଟକଣାକୁ ଗବସାହି ଅଞ୍ଚଳର ଜଣେ ସିମେଣ୍ଟ ବ୍ୟବସାୟୀ ନ ମାନି ଦୋକାନ ଖୋଲିଥିଲେ। ଫଳରେ ଟାଉନ୍‌ ପୋଲିସ ଦୋକାନରେ ଚଢ଼ାଉ କରି ସଂପୃକ୍ତ ବ୍ୟବସାୟୀଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ଉପସ୍ଥିତ ରହି ସରକାରଙ୍କ ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଉଛି।

Share