Categories: ମେଟ୍ରୋ

ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଆପ୍ଟିପ୍ଲସ୍‌ର ସେମିନାର

ଭୁବନେଶ୍ୱର,୨୧।୬ : ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଆପ୍ଟିପ୍ଲସ୍‌ ଏକାଡେମୀ ପକ୍ଷରୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଏକ ନିଶୁଳ୍କ ସେମିନାର ୨୩ ଜୁନ(ରବିବାର) ଦିନ ଆୟୋଜନ କରାଯାଉଛି। ଏଥିରେ ଆପ୍ଟିପ୍ଲସର ୨୦୧୮ ଆଇଏଏସ୍‌ ପରୀକ୍ଷାରେ ସଫଳ ହୋଇଥିବା ରାହୁଲ ଜୈନ, ସାଓ୍ବନ କୁମାର, ନମିତା ଶର୍ମା, ଜୁବୀନ ମହାପାତ୍ର ଏବଂ ସୋମାଲିନ ଶୁଭଦର୍ଶିନୀ ଉପସ୍ଥିତ ରହିବେ। ଛାତ୍ରୀଛାତ୍ରଙ୍କୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ସଚେତନ କରାଇବା ଲାଗି ଏଭଳି ଏକ ସେମିନାର ଆୟୋଜନ କରାଯାଉଥିବା ଆପ୍ଟିପ୍ଲସର ନିର୍ଦ୍ଦେଶକ ଡ.ସୁସିଜିତ ସାହୁ ସୂଚନା ଦେଇଛନ୍ତି। ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଛାତ୍ରୀଛାତ୍ର ଆପ୍ଟିପ୍ଲସର ଓ୍ବେବସାଇଟ ଭିଜିଟ କରିପାରିବେ। ଆପ୍ଟିପ୍ଲସର ନିରବଚ୍ଛିନ୍ନ ପ୍ରଚେଷ୍ଠା ଯୋଗୁ ଚଳିତ ବର୍ଷ ୪୧ ଜଣ ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ପ୍ରତିଷ୍ଠାନର ଉତ୍ତମ ମାନର ଶିକ୍ଷା ଏବଂ ପ୍ରବର୍ତ୍ତନ ଯୋଗୁ ଛାତ୍ରୀଛାତ୍ର ଏଭଳି ସଫଳତା ପାଇବାକୁ ସକ୍ଷମ ହେଉଥିବା ସାହୁ କହିଛନ୍ତି।

Share