Categories: ଜାତୀୟ

ପ୍ରଶିକ୍ଷଣ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ଭୋପାଳ,୪ା୧(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶର ସାଗର ସହରରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ବିମାନର ୨ ପାଇଲଟ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚିମେସ୍‌ ଏକାଡେମୀର ଏହି ପ୍ରଶିକ୍ଷଶ ବିମାନ ଘନ କୁହୁଡ଼ି ଯୋଗୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଇଛି। ପ୍ରଶିକ୍ଷକ ପାଇଲଟ ଅଶୋକ ମକ୍ୱନା ଓ ଟ୍ରେନିଂ ପାଇଲଟ ପୀୟୁଷ ଚଣ୍ଡେଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଗର ଏସ୍‌ପି ଅମିତ୍‌ ସାଙ୍ଘି ପ୍ରକାଶ କରିଛନ୍ତି। ବିମାନର କକ୍‌ପିଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଦୁଇ ପାଇଲଟଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ଲାଗି ନିଆଯାଇଥିବାବେଳେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ କମଲନାଥ ଏନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି।

Share