ଭୁବନେଶ୍ୱର,୨।୭(ବ୍ୟୁରୋ)
ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚନା ହୋଇଥାଏ। ଏହି ସମୟରେ ବିରୋଧୀ ଦଳର ମୁଖ୍ୟ ଭୂମିକା ରହିଥାଏ। ତେବେ ଦୁଇଦିନ ଧରି ଗୃହ ବନ୍ଦ ହେବା ପରେ ସୋମବାର ଖୋଲିଥିଲା। ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ ଚାଲିବାବେଳକୁ ବିରୋଧୀ ଦଳ ନେତା, ଉପନେତା କିମ୍ବା ମୁଖ୍ୟ ସଚେତକଙ୍କର ଦେଖା ନ ଥିଲା। ପ୍ରଶ୍ନୋତ୍ତର ଶେଷହେବା ପରେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଏବଂ ମୁଖ୍ୟ ସଚେତକ ମୋହନ ମାଝି ବିଧାନସଭାକୁ ଆସିଥିଲେ। ପରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।