ପ୍ରଶ୍ନବାଚୀ ସୃଷ୍ଟି କରିଛି ନଓ୍ବାଜଙ୍କ ଭାଇରାଲ ଫଟୋ

ଇସ୍‌ଲାମାବାଦ,୧୪।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶରିଫ ଏବେ ଲଣ୍ଡନରେ ଚିକିତ୍ସାଧୀନ ଥିବାରୁ ତାଙ୍କର ଏହି ଫଟୋଟି ତାଙ୍କ ପାଇଁ ଅସୁବିଧା କରିପାରେ ବୋଲି କହିଛି ଡନ୍‌ ନ୍ୟୁଜ୍‌। ଶରିଫ ଏକ ରେସ୍ତୋରାଁରେ ତାଙ୍କ ପୁଅ ହମ୍‌ଜା ଓ ବିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ସହବାଜ ଶରିଫଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ଭାଇରାଲ ହେବାପରେ ଏବେ ପ୍ରଶ୍ନ ଉଠିଛି ଯେ ଶରିଫ ଯଦି ଚିକିତ୍ସିତ ହେଉଛନ୍ତି ତେବେ ସେ ଫଟୋରେ କେମିତି ସୁସ୍ଥ ଲାଗୁଛନ୍ତି। ସୂଚନାଯୋଗ୍ୟ, କୋର୍ଟଙ୍କ ଅନୁମତି କ୍ରମେ ୪ ସପ୍ତାହ ପାଇଁ ଗତ ନଭେମ୍ବରରେ ଶରିଫ ଚିକିତ୍ସା ଲାଗି ଲଣ୍ଡନ ଯାଇଥିଲେ। ଏହାପରେ ସେ ଏହି ଛୁଟିକୁ ବୃଦ୍ଧି କରିବାକୁ ମଧ୍ୟ ଆବେଦନ କରିଥିଲେ।

Share