Categories: ଖେଳ

ପ୍ରଶ୍ନ ଶୁଣି ରାଗିଲେ ବିରାଟ

ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍‌ ହେବା ପରେ ଉତ୍ତେଜନାମୂଳକ ପ୍ରତିକ୍ରିୟା ଦେଇଥିଲେ। ଏ ଘଟଣାରେ ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେଙ୍କ କିଛି ଅସୁବିଧା ନାହିଁ। କିନ୍ତୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବାରୁ କୋହଲି ସର୍ବଦା ଉତ୍ସାହିତ ହୋଇ କ୍ରିକେଟ ଖେଳନ୍ତି ବୋଲି ଓ୍ବିଲିୟମସନ କହିଥିଲେ। ଭାରତୀୟ ଦଳ ସୋମବାର ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେବା ପରେ ଜଣେ ସ୍ଥାନୀୟ ଖବରଦାତା ଉକ୍ତ ଘଟଣା ଉପରେ କୋହଲିଙ୍କ ମତାମତ ମାଗିଥିଲେ। ଏଥିରେ ଭାରତୀୟ ଅଧିନାୟକ ରାଗି ଯାଇ କହିଥିଲେ, ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିନା ଏଭଳି ପ୍ରଶ୍ନ କରାଯାଏ ନାହିଁ। ଯଦି ତୁମେ ବିବାଦ ସୃଷ୍ଟି କରିବାକୁ ଚାହୁଁଛ, ଏହା ଉଚିତ ସ୍ଥାନ ନୁହେଁ। ମୁଁ ଘଟଣା ସମ୍ପର୍କରେ ମ୍ୟାଚ୍‌ ରେଫରି ମଦୁଗଲେଙ୍କ ସହ ଆଲୋଚନା କରିଛି, ଆଉ ତାଙ୍କର ଏସମ୍ପର୍କରେ କିଛି କରିବାର ନାହିଁ ବୋଲି କୋହଲି କହିଛନ୍ତି।

Share