ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପୁରୀ ଅଫିସ, ୨୦ା୪: ଚର୍ଚ୍ଚାରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ। ଶ୍ରୀମନ୍ଦିର, ବେଳାଭୂମି, ରତ୍ନଭଣ୍ଡାର, ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ୍‌ ନିର୍ମାଣ, ଡ୍ରେନେଜ ଆଦି ନାନା ସମସ୍ୟା ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। ପ୍ରତିଦିନ ପ୍ରମୁଖ ତିନିଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ପରସ୍ପର ବିରୋଧୀ ବୟାନବାଜି ଚାଲିଛି। ଭାଜପାର ପ୍ରାର୍ଥୀ ସମ୍ବିତ୍‌ ପାତ୍ର ହୁଅନ୍ତୁ ଅବା ବିଜେଡିର ପିନାକୀ ମିଶ୍ର କିମ୍ବା କଂଗ୍ରେସର ସତ୍ୟପ୍ରକାଶ ନାୟକ ପ୍ରତ୍ୟେକେ ନିଜ ନିଜ ସ୍ତରରେ ବେଶ୍‌ ପ୍ରତିଷ୍ଠିତ ଚେହେରା। ଆସନ୍ତା ୨୩ରେ ହେବାକୁ ଥିବା ମତଦାନ ପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ଲୋକ ସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଭାଜପା ଓ କଂଗ୍ରେସ ଭୋଟରଙ୍କ ପାଖକୁ ଯାଉଥିବାବେଳେ ବିଜେଡି ତା’ର ବିଜୟଧାରାକୁ ବଜାୟ ରଖିବ ବୋଲି ଆତ୍ମବିଶ୍ୱାସ ରଖିଛି। କିନ୍ତୁ ଏଥର ଭୋଟର ବେଶ୍‌ ସଚେତନ ଥିବା ଜଣାପଡୁଛି। କାହା କଥାରେ ଢଳି ନ ଯାଇ ନିର୍ବାଚନମଣ୍ଡଳୀର ବିକାଶ କ’ଣ ହୋଇଛି, କିଏ କ୍ଷମତାକୁ ଆସିଲେ ବିକାଶ ପ୍ରକ୍ରିୟା ଅଧିକ ତ୍ୱରାନ୍ବିତ ହେବ ଏବଂ ସେମାନଙ୍କ ସୁଖଦୁଃଖରେ କିଏ ଭାଗୀଦାର ହୋଇପାରିବେ ତାହାକୁ ପରଖି ଭୋଟ ଦେବେ ବୋଲି ମତ ରଖିଛନ୍ତି।

ପୁରୀ ଲୋକ ସଭା ଆସନ ୭ଟି ନିର୍ବାଚନମଣ୍ଡଳୀକୁ ନେଇ ଗଠିତ। ପୁରୀ ଜିଲାର ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି, ନୟାଗଡ଼ ଜିଲାର ରଣପୁର, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଏହାର ସୀମା ନିର୍ଦ୍ଧାରଣ ହୋଇଛି। ଗତ ଦୁଇଟି ନିର୍ବାଚନରେ ଜିତିଥିବା ବିଜେଡିର ପିନାକୀ ମିଶ୍ରଙ୍କ ଉପରେ ଏଥର ବି ଆସ୍ଥା ପ୍ରକଟ କରିଛନ୍ତି ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ବିକାଶମୂଳକ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପିନାକୀଙ୍କ ପ୍ରଚାରର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏଥର ବିଜେଡି ସମସ୍ତ ୭ ନିର୍ବାଚନମଣ୍ଡଳୀରେ ଜିତିବ ଏବଂ ଲୋକ ସଭା ଆସନରେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ପିନାକୀ ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ପୁରୀ ଲୋକ ସଭା ଆସନ ହାତେଇବାକୁ ଅଣ୍ଟା ଭିଡ଼ିଛି ଭାଜପା। ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେଉଥିବା ବେଶ୍‌ କିଛିଦିନ ଆଞ୍ଚଳିକ ଏବଂ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେବେଠାରୁ ପୁରୀ ଆସନ ଭାଜପା ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଯାଇଛି। ଯଦିଓ ମୋଦି ଏଠାରୁ ପ୍ରାର୍ଥୀ ହୋଇନାହାନ୍ତି କିନ୍ତୁ ଜଣେ ଜାତୀୟସ୍ତରୀୟ ଯୁବ ଚେହେରା ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛି ଦଳ। ସମ୍ବିତ୍‌ ମଧ୍ୟ ସବୁ ପ୍ରକାର ବଳ, କୌଶଳ ବାଜିରେ ଲଗାଇ ଦେଇଛନ୍ତି। ଗଁା ପରିବେଶରେ ରହି ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି। ତାଙ୍କର ନାରା ‘ଜଗନ୍ନାଥ ଡାକିଛନ୍ତି, ମୋଦି ପଠାଇଛନ୍ତି’ ଏବେ ସବୁଠି ଚର୍ଚ୍ଚାରେ। ସମ୍ବିତ୍‌ କହିଛନ୍ତି, ବିକାଶ ବାଟବଣା ହୋଇଛି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁନାହିଁ। ପୁରୀରେ ଭଲ ମେଡିକାଲଟିଏ ନ ଥିବାବେଳେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ କରାଯାଉନାହିଁ। ନୟାଗଡ଼ରେ ଚିନିକଳ ଏବଂ ସତ୍ୟବାଦୀରେ ନଡ଼ିଆକତା ଶିଳ୍ପ ବନ୍ଦ ହୋଇପଡ଼ିଛି। ଭାଜପା ଏ ସବୁକୁ ଫୋକସ କରୁଛି ବୋଲି ସେ କହିଛନ୍ତି।

ସେହିପରି ରାଜନୀତିରେ ପୂର୍ବ ଅଭିଜ୍ଞତା ନ ଥିବା ସତ୍ୟପ୍ରକାଶଙ୍କୁ ଏଠାରୁ ପ୍ରାର୍ଥୀ କରିଛି କଂଗ୍ରେସ। ଗଣମାଧ୍ୟମର ଏହି ଚେହେରା ଆରମ୍ଭରୁ ଉଭୟ ବିଜେଡି ଓ ଭାଜପାକୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସାହି, ବସ୍ତିରେ ବୁଲି ପ୍ରଚାର ଚଳାଇଛନ୍ତି। ବିଜେଡି ଓ ଭାଜପା ମେଣ୍ଟ ସରକାରରେ ଥିବା ସମୟରେ ମହାପ୍ରଭୁଙ୍କୁ ଧୋକ୍କା ଦେଇଛନ୍ତି। ମହାପ୍ରଭୁଙ୍କ ଅମୃତ ମଣୋହୀ ଜମିକୁ ଶାଗମାଛ ଦରରେ ବେଦାନ୍ତ ହାତରେ ଟେକି ଦେଇଛନ୍ତି। ପୁରୀବାସୀଙ୍କ ବହୁଦିନର ଦାବି ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ୍‌ ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ ବୋଲି ସତ୍ୟପ୍ରକାଶ କହିଛନ୍ତି। ରାଜନୀତିରେ ଅଭିଜ୍ଞତା ନୁହେଁ, ଲୋକଙ୍କ ସେବା କରିବାର ଇଚ୍ଛାଶକ୍ତିକୁ ହିଁ ସଫଳତାର ମାପକାଠି ଭାବେ ସେ ଧରିଛନ୍ତି। ବିକାଶ ମୁହଁରେ ନୁହେଁ, ଲୋକଙ୍କୁ ସେବା ଯୋଗାଇବାରେ ପ୍ରତିଫଳିତ ହୋଇଥାଏ ବୋଲି କହିଛନ୍ତି ସତ୍ୟପ୍ରକାଶ।

ପୁରୀ ଲୋକ ସଭା ଅଧୀନ ୭ଟି ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ଠିକ୍‌ ଭାବେ ଆକଳନ କରିବା କଷ୍ଟକର ମନେ ହେଉଛି। ଗତଥର ବିଜେଡି ୬ଟି ଆସନରେ ଜିତିଥିବାବେଳେ ଚିଲିକା ଆସନ ଭାଜପା ଖାତାକୁ ଯାଇଥିଲା। ଏଥର ସବୁଠି ଚିତ୍ର ଅସ୍ପଷ୍ଟ ରହିଛି। ଏଭଳିସ୍ଥିତିରେ ପୁରୀ ବିଧାନସଭା କ୍ଷେତ୍ରର ଭୋଟର ମହେନ୍ଦ୍ର ବିଶୋଇ କହିଛନ୍ତି, ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ବତନ୍ତ୍ରତା ରହିଛି। ଏଠାକୁ ଦେଶବିଦେଶର ପର୍ଯ୍ୟଟକ ଆସୁଛନ୍ତି। ହେଲେ ଏଠାରେ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ ହୋଇପାରିଲା ନାହିଁ। ବେଳାଭୂମିର ବିକାଶ ହେଲା ନାହିଁ। ଉଠାଦୋକାନୀଙ୍କ କବ୍‌ଜାରେ ହଜିଯାଉଛି ବେଳାଭୂମିର ସୌନ୍ଦର୍ଯ୍ୟ। ମେଡିକାଲ କଲେଜ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତେଣୁ କାହା କଥାରେ କିମ୍ବା ଅର୍ଥ ଲାଳସାରେ ନିଜ ଅଧିକାର ବିକ୍ରି ନ କରି ଭୋଟରମାନେ ଏଥର ସଚେତନ ହୋଇ ଭୋଟ ଦେବେ ବୋଲି ସେ ଆଶା କରୁଛନ୍ତି।

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ମତଦାତା ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି, ପିନାକୀ ମିଶ୍ରଙ୍କ ଉପରେ ଆଶା ରଖି ଭୋଟର ତାଙ୍କୁ ଜିତାଇଥିଲେ। କିନ୍ତୁ ସେ ସତ୍ୟବାଦୀର କୌଣସି ସମସ୍ୟା କିମ୍ବା ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ନାହିଁ। ପ୍ରଚାରରୁ କଂଗ୍ରେସର ସ୍ଥିତି ଏତେଟା ସୁଦୃଢ ଜଣାପଡୁ ନ ଥିବା ବେଳେ ଭାଜପା ପ୍ରାର୍ଥୀ ସମ୍ବିତ୍‌ ପାତ୍ରଙ୍କ ପ୍ରଚାର ଶୈଳୀ ଭୋଟରଙ୍କୁ ବେଶ୍‌ ଆକୃଷ୍ଟ କରିଛି। ତେଣୁ ଏଥର ଫଳାଫଳ ନିଶ୍ଚିତ ଭିନ୍ନ ହୋଇପାରେ ବୋଲି ଆଶା କରାଯାଉଛି। ବ୍ରହ୍ମଗିରି ଅଞ୍ଚଳର ଭୋଟର ଲିଙ୍ଗରାଜ ବଡ଼ଜେନା କହିଛନ୍ତି, ଯାହା ଜଣାପଡୁଛି ଏଥର ଭାଜପା ଓ ବିଜେଡି ମଧ୍ୟରେ ମୁକାବିଲା ହେବ। ଭାଜପା ଏକ ଜାତୀୟ ଦଳ ହୋଇଥିବାବେଳେ ବିଜେଡି ଏକ ଆଞ୍ଚଳିକ ଦଳ। ବିଜେଡି ପ୍ରାର୍ଥୀ ବିଜୟୀ ହେଲେ କେନ୍ଦ୍ରରେ ସରକାର ଗଠନରେ ସେମାନଙ୍କ ଭୂମିକା କ’ଣ ରହିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନାହିଁ। ତେଣୁ ଜାତୀୟ ଦଳ ପ୍ରାର୍ଥୀଙ୍କୁ ହିଁ ମୁଁ ପସନ୍ଦ କରିବି। କିନ୍ତୁ ରାଜ୍ୟର ପ୍ରଗତି ନେଇ ପ୍ରତ୍ୟେକ ଭୋଟର ସଚେତନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୧୬.୪: କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ଯାହା ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ...

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍‌ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ...

ଖଣିଜ ସମ୍ପଦରେ ଭରା ଓଡ଼ିଶାର ଶ୍ରେଷ୍ଠ ୬ ଜିଲା, ରାଜ୍ୟ ଅର୍ଥନୀତିର ମୂଳ ଶକ୍ତି

ଓଡ଼ିଶା ଭାରତର ଖଣିଜ ସମ୍ପଦରେ ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ, ଯାହା ଲୌହ ଖଣିଜ, କୋଇଲା, ବକ୍ସାଇଟ୍, ମାଙ୍ଗାନିଜ୍, କ୍ରୋମାଇଟ, ଚୂନ ପଥର ଏବଂ ଅନ୍ୟାନ୍ୟ...

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର...

ମହାଦେବ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲା: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଇଡିର ଚଢାଉ

ଭୁବନେଶ୍ୱର,୧୬।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମହାଦେବ ଅନଲାଇନ୍ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲାର ତଦନ୍ତକୁ ତୀବ୍ର କରିଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image