ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୭୨ ବର୍ଷ ହୋଇଥିଲା। ବ୍ରିଜେଶଙ୍କ ପରଲୋକରେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରିର ଭୀଷ୍ମ ପିତାମହ କୁହାଯାଉଥିଲା। ବ୍ରିଜେଶ ଅନେକ ବଡ ତାରକାଙ୍କ ସହ କାମ କରିଥିଲେ।
୪୬ ବର୍ଷ ଧରି ଭୋଜପୁରୀ ସିନେମାରେ ସକ୍ରିୟ ଥିଲେ। ମୁଖ୍ୟତଃ ଭୋଜପୁରୀ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ।
ବ୍ରିଜେଶ ଅନେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଅଜୟ ଦେବଗନ, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ, ରଜନୀକାନ୍ତ, ରବି କିଶନ, ଧର୍ମେନ୍ଦ୍ର ଏବଂ ବିନୋଦ ଖାନ୍ନାଙ୍କ ସହ ସ୍କ୍ରିନ ସ୍ପେସ ଶେୟାର କରିଛନ୍ତି। ସେ ବଲିଉଡରେ ୨୫୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି।

Share