ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଫିଲ୍ମ ନିର୍ମାତା ମଣିରତ୍ନ ୨୦୦୪ରେ ଫିଲ୍ମ ‘ୟୁବା’ର ଶୁଟିଂ ବେଳେ ସେ ହୃତଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କେବଳ ତାମିଲ ନୁହେଁ, ହିନ୍ଦୀ ସିନେମାରେ ମଧ୍ୟ ସେ ସକ୍ରିୟ ଥିଲେ। ‘ଗୁରୁ’, ‘ରୋଜା’, ‘ଦିଲ୍‌ ସେ’ ଭଳି ଫିଲ୍ମ ନିର୍ମାଣ କରି ସେ ଲୋକପ୍ରିୟତା ହାସଲ କରିଥିଲେ।

Share