ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଦ୍ୟପର୍ବ ଆରମ୍ଭ:ରାଧାଷ୍ଟମୀରେ ଅନୁକୂଳ ହେଲା ମାଟି

ଢେଙ୍କାନାଳ ଅଫିସ, ୭।୯

ପବିତ୍ର ରାଧାଷ୍ଟମୀରେ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଆଦ୍ୟପର୍ବ। ମୀନାବଜାର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଏବଂ ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପକ୍ଷରୁ ଧନର ଦେବୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୁଳ କରାଯାଇଛି।
ପୂର୍ବାହ୍ନ ୮ଟାରେ ମୀନାବଜାର ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ପୂଜାମଣ୍ଡପଠାରୁ ଶୋଭାଯାତ୍ରାରେ ବାହାରି ବଡ଼ଯୋରା ନାଳ ନିକଟରେ ପହଞ୍ଚତ୍ଥିଲେ। ସେଠାରେ ବିଧିବଦ୍ଧଭାବେ ପୂଜାର୍ଚ୍ଚନା କରାଯିବା ପରେ ଶୁଭମାଟି ଉଠାଯାଇଥିଲା। ଘଣ୍ଟ, ଶଙ୍ଖ, ବାଦ୍ୟର ତାଳେତାଳେ ଅନୁକୁଳ ହୋଇଥିବା ମାଟିକୁ ମଣ୍ଡପକୁ ଅଣାଯାଇଥିଲା। ସେହିପରି ଗଣେଶ ବଜାର ଶ୍ରୀଶ୍ରୀ ସୌଭାଗ୍ୟଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷ ବ୍ରାହ୍ମଣୀ ନଦୀରୁ ମାଟି ଅନୁକୁଳ କରାଯାଇଛି। ଲକ୍ଷ୍ମୀପୂଜାକୁ ମାତ୍ର ମାସେ ଥିବାବେଳେ ମା’ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଶୁଭଲଗ୍ନ ସ୍ଥିର କରାଯାଇଥିବା ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ସୂଚନା ଦେଇଛନ୍ତି।
ପବିତ୍ର ସୁନିଅଁା ଅବସରରେ ଆସନ୍ତା ୧୦ ତାରିଖରେ ଅନ୍ୟ ପୂଜା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ମାଟି ଅନୁକୂଳ କରାଯିବ। ଏହାକୁ ନେଇ ପ୍ରସ୍ତୁତି ଜୋର୍‌ ଧରିଛି। ଅପରପକ୍ଷେ ମାଟି ଅନୁକୂଳ ପରେ ଲକ୍ଷ୍ମୀପୂଜାକୁ ନେଇ ସହରବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଛି।

Share