ପ୍ରସୂତିଙ୍କ ପାଇଁ ଉପଯୋଗୀ ଏହି ଡାଲି…

ପ୍ରସବ ପରେ ପ୍ରସୂତିଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ ନବଜାତ ଶିଶୁ ଉପରେ ହିଁ ପଡ଼ିଥାଏ। ପ୍ରସବ ପରେ ପ୍ରସୂତିଙ୍କଠାରେ ଆରଇନର ଅଭାବ ଦେଖାଦେଇଥାଏ। ସେଥିପାଇଁ ଏହି ସମୟରେ କୋଳଥ ଡାଲି ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। କୋଳଥ ଡାଲି କରି ଏଥିରେ ସ୍ବାଦ ଅନୁସାରେ ଖଟା ଏବଂ ମିଠା ମିଶାଇ ଖାଇଲେ ଏହା ପ୍ରସୂତିଙ୍କ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାନ୍ତି। ଏହା ପ୍ରସୂତିଙ୍କଠାରେ କ୍ଷୀର ସୃଷ୍ଟି ହୋଇଥାଏ। ଯାହାକି ଶିଶୁର ଆବଶ୍ୟକତା ପୂରଣ କରିପାରିଥାଏ। ତେଣୁ ପ୍ରସୂତିଙ୍କୁ ପ୍ରସବ ପରେ ୪୫ ଦିନ ପର୍ଯ୍ୟନ୍ତ କୋଳଥ ଡାଲି ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଏହା ପ୍ରସବ ପରେ ଦେଖାଦେଉଥିବା ଏସିଡ଼ିଟି ସମସ୍ୟାକୁ ଦୂର କରିଥାଏ।