କର୍ଲାମୁଣ୍ଡା, ୨୧।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜନୈକା ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ। ମୃତା ପ୍ରସୂତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରେଗେଡା ସମିତିସଭ୍ୟ ଅରବିନ୍ଦ ଚୌଧୁରୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା। ମଙ୍ଗଳବାର ରାତି ୧୦ଟାରେ ଏଡିଏମ୍ଓ(ଏଫ୍ଡବ୍ଲ୍ୟୁ) ଡ. ଅଶୋକ କୁମାର ଅଗ୍ରୱାଲ, ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ସର୍ବେଶ୍ୱର ଜାଲ ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାରଙ୍କୁ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଦୁଇ ଅନାଥ ଶିଶୁକୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେବାପରେ ରାତି ୧୨ଟାରେ ଧାରଣା ଉଠିଥିଲା। ତେବେ ସ୍ଥାନୀୟ ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇଥିଲେ। ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ ଅଧିଶଚନ୍ଦ୍ର ବିଶ୍ୱାସ କହିଛନ୍ତି।
ପ୍ରକାଶ ଥାଉକି ପୌରକେଲା ଗ୍ରାମର ସଜନୀ ଦୁର୍ଗା ଗୋଲାମୁଣ୍ଡା ବ୍ଲକର କର୍ଲା ଗ୍ରାମର ମନୋଜ ଦୁର୍ଗାଙ୍କୁ ବିବାହ କରିଥିଲେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହେବାରୁ ସଜନୀ ବାପଘରେ ରହୁଥିଲେ। ତେବେ ସେ ଗର୍ଭବତୀ ଥିଲେ ହେଁ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ନାମ ପଞ୍ଜୀକରଣ କରି ନ ଥିଲେ। ମଙ୍ଗଳବାର ଶିଶୁ କନ୍ୟା ଜନ୍ମ ହେବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ସରର୍ଗୁଲ ମାଲପଡା ସମିତି ସଭ୍ୟ ଯଶୋବନ୍ତ ସାହୁ, ପୌରକେଲା ସମିତି ସଭ୍ୟ ସୀମାଞ୍ଚଳ ଭୋଇ, କର୍ଲାମୁଣ୍ଡା ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ, ଦେବେନ୍ଦ୍ର ସାହୁ ପ୍ରମୁଖ ଧାରଣାରେ ବସିଥିଲେ।
ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଏଡିଏମ୍ଓ, ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା
Posted inଆମ ଜିଲା ଖବର, କଳାହାଣ୍ଡି, ରାଜ୍ୟ View All

ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ମିଳିବ ପ୍ରୋତ୍ସାହନ: ସରକାରୀ କର୍ମଚାରୀ ପିନ୍ଧିବେ ହସ୍ତତନ୍ତ ପୋଷାକ
ଭୁବନେଶ୍ୱର,୨।୪: ‘ଓଡ଼ିଆ ପକ୍ଷ’ ଉତ୍ସବର ଏକ ଅଂଶ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁବାର ହସ୍ତତନ୍ତ ପୋଷାକ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି
ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍ ରାଜ୍ୟ ମହାଲେଖାକାରଙ୍କ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ
ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ
ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ
ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ...

ରାଜସ୍ବ କମିଶନରଙ୍କ ଦିଗପହଣ୍ଡି ଗସ୍ତ: ସଚେତନତା ରଥ ଉଦ୍ଘାଟନ, ଖଡ଼ିଛୁଆଁ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ
ଦିଗପହଣ୍ଡି,୨ା୪(ଅଶେଷ ନାଥ ମିଶ୍ର): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ ବୁଧବାର ଦିଗପହଣ୍ଡି ଗସ୍ତ କରି ଫେରିଛନ୍ତି। ସେ ଦିଗପହଣ୍ଡି ସହରର ମଧୁବିଦ୍ୟାପୀଠ ପ୍ରାଥମିକ...