Categories: ଖେଳ

ପ୍ରସ୍ତୁତି ଭଲ ହୋଇଛି: ଟେବାର

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ଆମକୁ ଯେପରି ସ୍ବାଗତ କରାଯାଇଛି ଏବଂ ଆତିଥେୟତା ମିଳିଛି ସେଥିରେ ମୁଁ ବହୁତ ଖୁସି। ନୂଆ, କ୍ଲବ, ନୂଆ ସହରରେ ଆମେ ଖୁବ୍‌ ଉତ୍ସାହିତ। କୋଚ୍‌ ଗାମ୍ବାଉଙ୍କ ଅଧିନରେ ଆମେ ଗତଥର ମଧ୍ୟ ଖେଳିଥିଲୁ। ତେଣୁ ଏଥର ଆହୁରି ଭଲ ପ୍ରଦର୍ଶନ କରି ଟାଇଟଲ ଜିତିବା ଆମର ମୂଖ୍ୟ ଲକ୍ଷ୍ୟ ହେବ। ଆଗାମୀ ସିଜନ ପାଇଁ ଆମର ପ୍ରସ୍ତୁତି ଭଲ ରହିଛି। ଏଠାରେ ଉପଲବ୍ଧ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ବହୁତ ଭଲ। ଆମେ ଏବେ ଜାମସେଦପୁର ଏଫସି ବିପକ୍ଷ ପ୍ରଥମ ଗେମ୍‌ ଖେଳିବାକୁ ବ୍ୟଗ୍ରତାର ସହିତ ଅପେକ୍ଷା କରିଛୁ। କଳିଙ୍ଗ ଷ୍ଟାଡିୟମ ଆମପାଇଁ ଶୁଭ ସାବ୍ୟସ୍ତ ହେବା ନେଇ ମଧ୍ୟ ଆଶା ରହିଛି। ଜର୍ସିର ଡିଜାଇନ୍‌ ଏବଂ ରଙ୍ଗରେ ଆମେ ବହୁତ ଖୁସି। ଟିମ୍‌ ପରିବର୍ତ୍ତନ ହେବା ସହିତ କିଟ୍‌ରେ ପରିବର୍ତ୍ତନ ହୋଇଛି। ଏହା ଆମକୁ ଖୁବ୍‌ ପସନ୍ଦ ହୋଇଛି ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ଏଫସିର ସ୍ପାନିଶ୍‌ ଅଧିନାୟକ ମାର୍କୋସ ଟେବାର।

Share