Categories: ଖେଳ

ପ୍ରସ୍ତୁତ ଟୋକିଓ ଅଲିମ୍ପିକ୍‌ ମୁଖ୍ୟ ଷ୍ଟାଡିୟମ

ଟୋକିଓ,୦୧।୧୧(ଏଏଫ୍‌ପି)- ୨୦୨୦ ଅଲିମ୍ପିକ୍‌ର ମୁଖ୍ୟ ଷ୍ଟାଡିୟମ ଶନିବାର ଅଫିସିଆଲ ଭାବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ୧.୪ ବିଲିଅନ ଡଲାରର ଖର୍ଚ୍ଚରେ ତିଆରି ଏହି ଷ୍ଟାଡିୟମ ଗ୍ରୀଷ୍ଣ ଋତୁରେ ପ୍ରଭାବିତ ହେବ ନାହିଁ। ଅଲିମ୍ପିକ୍‌ବେଳେ ଗ୍ରୀଷ୍ଣ ପ୍ରଭାବିତ ହେବା ନେଇ ଆଶାଙ୍କା ରହିଛି। ଏପରି କି ଡାକ୍ତରମାନେ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ଆଥ୍‌ଲେଟ ଓ ଦର୍ଶକମାନଙ୍କ ସ୍ବାସ୍ଥ୍ୟ ଜନିତ ଜରୁରୀକାଳିନ ସ୍ଥିତି ଦେଖା ଯାଇପାରେ କହିସାରିଛନ୍ତି। ୫ ସ୍ତରୀୟ ଷ୍ଟାଡିୟମକୁ ଡିଜାଇନ କରିଛନ୍ତି ସୁନାମଧନ୍ୟ ଆର୍କିଟେକ୍ଟ କେଙ୍ଗୋ କୁମା। ଏହି ଷ୍ଟାଡିୟମରେ ୬୦ ହଜାର ଦର୍ଶକ ବସିପାରିବେ। ନୂଆ ଜାତୀୟ ଷ୍ଟାଡିୟମକୁ ସମସ୍ତଙ୍କୁ ସ୍ବାଗତ। ନୂଆ ଇତିହାସ ଆରମ୍ଭ ହେବ ବୋଲି ଜାପାନ ସ୍ପୋଟର୍‌ସ କାଉନ୍‌ସିଲ ପକ୍ଷରୁ କୁହାଯାଇଛି। ୧୫୭ ବିଲିୟନ ୟେନ (୧୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ) ଖର୍ଚ୍ଚରେ ନିର୍ମିତ ଷ୍ଟାଡିୟମକୁ ଏଭଳି ଡିଜାଇନ କରାଯାଇଛି, ବାହାରେ ଗ୍ରୀଷ୍ଣ ପ୍ରଭାବବେଳେ ଭିତର ଥଣ୍ଡା ରହିବ। ଭିତରରେ ୧୮୫ଟି ବିରାଟ ଫ୍ୟାନ ଲଗା ଯାଇଛି। ଏହି ଷ୍ଟାଡିୟମରେ ଅଲିମ୍ପିକର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ସହ କିଛି ଆଥ୍‌ଲେଟିକ୍ସ ଓ ଫୁଟବଲ ମ୍ୟାଚ୍‌ ଆୟୋଜନ ହେବ।

Share