ଲକ୍ଷ୍ନୌ, ୨୦।୬: ଖଦିର ବିକାଶ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରାଇମେରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଖଦି ପୋଷାକ ବଣ୍ଟନ କରାଯିବା ଲାଗି ସରକାର ଚିନ୍ତା କରୁଛନ୍ତି। ପରୀକ୍ଷାମୂଳକ ଭାବେ ଲକ୍ଷ୍ନୌ ସମେତ ରାଜ୍ୟର ୪ଟି ଜିଲାରେ ଏହା କରାଯିବ। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ଏହା ଲାଗୁ କରାଯିବ। ମୁଖ୍ୟ ସଚିବ ରେଣୁକା କୁମାର ଏନେଇ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି।