ପ୍ରାକୃତିକ ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ବିଦେଶୀ ପର୍ଯ୍ୟଟକ: ପରିଚାଳନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କଲେ

ଗଣିଆ,୨୦ା୧୧(ଡି.ଏନ.ଏ.): ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଉଦ୍ୟମକ୍ରମେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅଭୟାରଣ୍ୟର ସାଉଥ୍‌ ବଡମୂଳ ମଙ୍ଗାନାସୀଠାରେ ୨୦୧୫ ମସିହାଠାରୁ ଖୋଲାଯାଇଛି ପ୍ରାକୃତିକ ପରିବେଶ ପର୍ଯ୍ୟଟନ କେନ୍ଦ୍ର। ରବିବାର ଏକ ୪ଜଣିଆ ବିଦେଶୀ ପର୍ଯ୍ୟଟକ ଟିମ୍‌ ଏଠାରେ ପହଞ୍ଚତ୍ ପରିଚାଳନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଛନ୍ତି।
ଏହି ପର୍ଯ୍ୟଟନ କେନ୍ଦ୍ରର ପରିଚାଳନା ପାଇଁ ବିଭାଗ ତରଫରୁ ସ୍ଥାନୀୟ ଇକୋ ଭିଲେଜ ମୁଦୁଲିଗାଡିଆର ମା’ ସାତଭଉଣୀ ପରିବେଶ ବିକାଶ ସମିତିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଗତ ୫ବର୍ଷ ଧରି ସମିତି ସଭ୍ୟାସଭ୍ୟ ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ଅତିଥି ପର୍ଯ୍ୟଟକମାନଙ୍କୁ ଠିକ୍‌ ଭାବେ ସେବା ଯୋଗାଇ ସ୍ବାବଲମ୍ବୀ ହୋଇପାରିଛନ୍ତି। ପର୍ଯ୍ୟଟନ କେନ୍ଦ୍ରରେ କାର୍ଯ୍ୟ କରି ସେମାନେ ନିଜର ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଅବସ୍ଥାର ସୁଧାର ଆଣିପାରିଛନ୍ତି। ଏଥିସହ ପର୍ଯ୍ୟଟନ କେନ୍ଦ୍ରର ମୋଟ ଆୟରୁ ୧୦ ପ୍ରତିଶତ ଅର୍ଥ ଗ୍ରାମ ସମିତି ପାଣ୍ଠିକୁ ମିଳୁଥିବାରୁ ଗ୍ରାମର ସାମୂହିକ ଉନ୍ନତି ହୋଇପାରୁଛି। ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପର୍ଯ୍ୟଟନ କେନ୍ଦ୍ରକୁ ସମିତି ସଭ୍ୟାସଭ୍ୟ କିଭଳି ପରିଚାଳନା କରୁଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ରବିବାର ୟୁରୋପିଆନ କମିଶନଙ୍କ ସହାୟତାରେ ବୋକୋଟୋ ଅନୁଷ୍ଠାନରୁ ୪ଜଣିଆ ବିଦେଶୀ ଟିମ୍‌ ପର୍ଯ୍ୟଟନ କେନ୍ଦ୍ରରେ ପହଞ୍ଚତ୍ଥିଲେ। ସେମାନେ ହେଲେ ଇଟାଲୀର ଫ୍ରୁସ ତୋ ଆମିକୋ ଓ ସୋଫି, ସ୍ପେନରୁ ରାମନ୍‌, କେନିଆରୁ ବାରିଲ୍‌ ସେମୋ। ଭାରତରୁ ଓଡିଶାର ପ୍ରଦୀପ କୁମାର ଦିଗାଲ ଏମାନଙ୍କ ସହ ସାମିଲ ଥିଲେ। ରିସର୍ଚ୍ଚ ପାଇଁ ଆସିଥିବା ଏହି ଟିମ୍‌ ସେମାନଙ୍କର ଗୋଟିଏ ଦିନର ରହଣି ମଧ୍ୟରେ ପରିଚାଳନା କମିଟି ସଭାପତି, ସମ୍ପାଦକ ଓ ସଭ୍ୟାସଭ୍ୟଙ୍କ ସହ ପର୍ଯ୍ୟଟନ କେନ୍ଦ୍ର ପରିଚାଳନା ସମ୍ପର୍କରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ଏଥିସହ ଆଗାମୀ ଦିନର ଲକ୍ଷ୍ୟ ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ଗୋଷ୍ଠୀ ଉଦ୍ୟମରେ ପର୍ଯ୍ୟଟନ କେନ୍ଦ୍ରର ସୁପରିଚାଳନା କରିବା ଦ୍ୱାରା ଏକତା, ସମାନତା, ସ୍ବରୋଜଗାରକ୍ଷମ, ସ୍ବଚ୍ଛତା, ପ୍ରାକୃତିକ ପରିବେଶର ସୁରକ୍ଷା, ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଓ ଜୈବ ବିବିଧତାର ସୁରକ୍ଷା ହୋଇପାରିବା କଥା ଜାଣିବାକୁ ପାଇଥିଲେ। ସେମାନେ ନିଜ ଦେଶରେ ଏସବୁ ସୃଷ୍ଟି କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ଏହା ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏହି ଟିମ୍‌ ଭିଏତ୍‌ନାମ, ନେପାଳ ଓ ଭାରତ ପରି ୭ଟି ଦେଶରେ ଥିବା ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ବୁଲି ରିସର୍ଚ୍ଚ କରୁଥିବା ଜଣାପଡିଛି ା ଗୋଟିଏ ଦିନର ରହଣି ମଧ୍ୟରେ ପ୍ରାକୃତିକ ପରିବେଶ ଭରା ଏହି ପର୍ଯ୍ୟଟନ କେନ୍ଦ୍ର ମନକୁ ବେଶ୍‌ ଛୁଇଁପାରିଥିଲା ବୋଲି ସେମାନେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri