ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପାଟଣାରେ ମକ୍‌ ଡ୍ରିଲ୍‌

ପାଟଣା,୧୯।୬(ସ୍ବ.ପ୍ର.): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ ଡ୍ରିଲ୍‌ ପ୍ରସ୍ତୁତ ହୋଇଛି। ଅଗ୍ନିଶମ ବିଭାଗର ଷ୍ଟେଶନ ପରିଚାଳକ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ କର୍ମଚାରୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଉଦ୍ଧାର କାର୍ଯ୍ୟ ସହ ନିଜକୁ ସୁରକ୍ଷିତ ରଖିହେବ ସେନେଇ ବ୍ଲକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲା ପରିଷଦ ସଭ୍ୟ ସୁରେଶ ଚନ୍ଦ୍ର ନାଏକ, ବିଡିଓ ପ୍ରଫୁଲ୍ଲ କୁମାର ନାଏକ, ଜିପିଓ ରଶ୍ମିରେଖା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅଗ୍ନିଶମ ବିଭାଗ ତରଫରୁ ସୁଶାନ୍ତ ନାୟକ, ଚନ୍ଦ୍ରରାଇ ସୋରେନ, ଦେବେନ୍ଦ୍ର ମହାନ୍ତ, ଯତୀନ୍ଦ୍ର ଭୋଇ, ସୁମନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ମୁକାବିଲାର ପ୍ରଶିକ୍ଷଣ ଦେଇଥିଲେ।