Categories: ରାଜ୍ୟ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକ୍‌ଡ୍ରିଲ୍‌

ଖଣ୍ଡପଡ଼ା,୨୦ା୬(ସ୍ବ.ପ୍ର.): ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡା ପଞ୍ଚାୟତ ମାଧପୁର ବହୁମୁଖୀ ଆଶ୍ରୟସ୍ଥଳୀଠାରେ ବୁଧବାର ଏକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କମିଟି(ଓଡ୍ରାଫ୍ଟ) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାପୁର ତହସିଲଦାର ତଥା ବିଡିଓ ଡ. ସୁନିତା ଜେନା ଅଧ୍ୟକ୍ଷତା କରିଥିଲେ। ଫତେଗଡ଼ ଏଏସ୍‌ଆଇ ସଞ୍ଜୀବ ମହାନ୍ତି ଯୋଗଦେଇ ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଭାପୁର ଅଗ୍ନିଶମ ବିଭାଗ ଅଧିକାରୀ ସୁରେନ୍ଦ୍ର ନାଥ ଗଡପସୁଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ଓଡ୍ରାଫ୍ଟ ଟିମ୍‌ର ହାବିଲଦାର ରାକେଶ କୁମାର ପାଣି, ବିଜୟ କୁମାର ସାମଲ, ପରମାନନ୍ଦ ମହାପାତ୍ର କୌଶଳ ପ୍ରଦର୍ଶନ କରିଥିଲେ। ଏହି ମକ୍‌ଡ୍ରିଲ କାର୍ଯ୍ୟକ୍ରମରେ ଯଥାକ୍ରମେ ପଥରଚକଡା, ଧାନଚେଙ୍ଗଡା ସରପଞ୍ଚ ତ୍ରିନାଥ ମୁଦୁଲି, କୃଷ୍ଣଚନ୍ଦ୍ର ସାହୁ ଓ ସମିତି ସଭ୍ୟ ତାରେସ୍ବର ମାଝି ପ୍ରମୁଖ ଉପସ୍ଥିତ ଥିଲେ। ମାଧପୁର ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ତ୍ରିନାଥ ସାହୁ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ଖଣ୍ଡପଡ଼ା ବ୍ଲକ ପରିସରରେ ମଧ୍ୟ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ବିଭାଗ ଅଧିକାରୀ ହମଜାଲି ଖାନ୍‌ଙ୍କ ତତ୍ତ୍ୱାବଧାନରେ କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ କିଭଳି ସୁରକ୍ଷା ଦେଇପାରିବେ ତାହାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ଅଧିକାରୀମାନେ ଯୋଗଦେଇଥିବାବେଳେ ଜିପିଓ ମନୋଜ କୁମାର ବେଉରା ସହଯୋଗ କରିଥିଲେ ।

Share