ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମକ୍‌ଡ୍ରିଲ

ବାଙ୍ଗିରିପୋଷି,୨୦ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ସେବା ବିଭାଗର ହାବିଲଦାର ପରମେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସମୟରେ ଉପଯୁକ୍ତ ଉପାୟ ଅବଲମ୍ବନ କରି ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେଶ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ବ୍ଲକ ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ପୃଷ୍ଟି, ଏସିଇଓ ଜାନକୀ ହେମ୍ବ୍ରମ, ଯୋଗାଣ ଅଧିକାରୀ କମଳାକାନ୍ତ ବେହେରା, ବରିଷ୍ଠ କିରାଣୀ ଦିଲ୍ଲୀପ ନାଏକ, ପଥୁରୀ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ସିଂ, କୁମ୍ଭାରମୁଣ୍ଢାକଟା ସମିତି ସଭ୍ୟ ରବୀନ୍ଦ୍ର ନାଥ ନାଏକ,ବିଶ୍ୱଜିତ ଶର୍ମା, ଦିଲ୍ଲୀପ ଅଧିକାରୀ, ମନୋଜ କୁମାର ଦାସଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଇନ୍ଦ୍ରଜିତ ପ୍ରଧାନ, ତପନ କୁମାର ମଲ୍ଲିକ, ସନ୍ତୋଷ କୁମାର ମହାରଣା, ଅଜୟ କୁମାର ଦାସ, ଦିଲ୍ଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।