Categories: ଫୁରସତ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇବ ଏହି ବେଡ୍‌

ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ିଆସୁଛି। ଏଥିରେ ବହୁ ଧନଜୀବନ ହାନି ମଧ୍ୟ ହେଉଛି। କିନ୍ତୁ ଏମିତି ଏକ ବେଡ୍‌ ନିର୍ମାଣ କରାଯାଇଛି ଯାହା ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇ ଦେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଓକ୍‌ଲାହୋମା ସହରସ୍ଥିତ ଭୋରଟେକ୍ସ ଭୋଲ୍‌ଟ ନାମକ କମ୍ପାନୀ ଏମିତି ଏକ ଆଧୁନିକୀକରଣ ବେଡ୍‌ ନିର୍ମାଣ କରିଛି ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷା କରିବାରେ ସହାୟକ ହେବ। ଏଥିରେ ଲୁଚିବା ପାଇଁ ସ୍ଥାନ ମଧ୍ୟ ନିର୍ମାଣ କରାଯାଇଛି। ଏହି ବେଡ୍‌ ଉତ୍କୃଷ୍ଟମାନର ଷ୍ଟିଲ୍‌ରେ ନିର୍ମାଣ କରାଯାଇଛି। ଏହାକୁ ଫୋଲଡିଂ କରି ମଧ୍ୟ ରଖାଯାଇପାରିବ। ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ବେଡ୍‌ ପାର୍ଶ୍ୱରେ ଲାଗିଥିବା ଡୋରଗୁଡ଼ିକୁ ଖୋଲି ଭିତରକୁ ପ୍ରବେଶ କରିବା ପରେ ଏହା ଆପଣାଛାଏଁ ବନ୍ଦ ହୋଇଯିବ। ପ୍ରାୟ ୮୦ ସେକେଣ୍ଡ ଭିତରେ ଏହା ରିମୋଟ୍‌ କଣ୍ଟ୍ରୋଲ ଦ୍ୱାରା ବ୍ୟବହାର କରାଯିବ। ବେଡ୍‌ରେ ୪ ମିଟର ସିଜର ଲିଫ୍ଟ ଲାଗିଛି ଯାହା ୧୧୦ ଭୋଲ୍‌ଟ ପାଓ୍ବାରରେ ଚାଲିବ। ବିଦ୍ୟୁତ ନ ଥିଲେ ମଧ୍ୟ ଏହା ବ୍ୟାକ୍‌ଅପ୍‌ ନେଇ ଚାଲିପାରିବ। ଯଦି ବ୍ୟବହାରକାରୀ ବିପଦ ଆସିବା ପୂର୍ବରୁ ବେଡ୍‌ ଖୋଲି ନ ପାରନ୍ତି ତେବେ ଆଣ୍ଠେଇ ଆଣ୍ଠେଇ ମଧ୍ୟ ଏହା ଭିତରକୁ ଯାଇ ଜୀବନ ରକ୍ଷା କରିପାରିବେ।

Share