ପ୍ରାଣୀ ଅଙ୍ଗରୁ ଚାଲିଛି ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ବିଶ୍ୱର ଅନେକ ଦେଶକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଭୂତାଣୁର ମୂଳ ଉତ୍ସ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପ୍ରାଣୀଙ୍କଠାରୁ ଏହା ମଣିଷ ଦେହକୁ ଆସିଥିବା କୁହାଯାଉଛି। ଏତେ ଅବସ୍ଥା ପରେ ମଧ୍ୟ ଚାଇନା ଚେତୁନି। ଏକ ରିପୋର୍ଟ ଅନୁଯାୟୀ, ପଶୁପକ୍ଷୀଙ୍କ ଅନ୍ତ ଏବଂ ଶିଙ୍ଘରୁ ଦେଶୀ ଔଷଧ ପ୍ରସ୍ତୁତ କରିବାରେ ଲାଗିଛି ଚାଇନା। ଏଥିରେ କରୋନା ଆକ୍ରାନ୍ତ ଭଲ ହୋଇପାରିବେ ବୋଲି ଚାଇନା କହୁଛି। ଦେଶର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ କରୋନା ଭୂତାଣୁର ଉପଚାର ବିଷୟରେ କହିଛି। ଏଥିରେ ଏକ ଦେଶୀ ମେଡିସିନ ରହିଛି। ଯାହାକୁ ତିଆରି କରିବାରେ ଭାଲୁର ଗଲ୍‌ବ୍ଲାଡରରୁ ମିଳୁଥିବା ତରଳ ପାଚକ ପଦାର୍ଥ ବ୍ୟବହାର କରାଯାଇଥାଏ। ଏଥିରେ ଛେଳିର ଶିଙ୍ଘ ଏବଂ ତିନି ପ୍ରକାର ଚାରାର ବ୍ୟବହାର କରାଯାଇଛି। କିନ୍ତୁ ଏହାକୁ ଚାଇନାର ପ୍ରାଣୀ ବିଶେଷଜ୍ଞ ବିରୋଧ କରିଛନ୍ତି। ୩ ମାସ ତଳେ ଆରମ୍ଭ ହୋଇଥିବା କରୋନା ଭୂତାଣୁରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଛି। ଏଥିରେ ୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।
କରୋନା ଭାଇରସ୍‌ ବାଦୁଡ଼ି, ସାପ କିମ୍ବା ଅନ୍ୟ କୌଣସି ଜୀବଜନ୍ତୁଙ୍କଠାରୁ ଉତ୍ପନ୍ନ ହୋଇଥାଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ଚାଇନାର ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଅନୁରୂପ କଥା କହିସାରିଛନ୍ତି। ତଥାପି ପଶୁପକ୍ଷୀଙ୍କ ଜୀବନ ସହିତ ଖେଳୁଛି ଚାଇନା। ଯାହାକୁ ପରିବେଶବିତ୍‌ମାନେ ଘୋର ବିରୋଧ କରିବା ସହ ଏହା ଅନୈତିକ କାର୍ଯ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କ’ଣ ଦେଶର ରାଜଧାନୀ ହେବା ଉଚିତ, କାହିଁକି ଏମିତି କହିଲେ ଥରୁର

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଜାତୀୟ ରାଜଧାନୀର ହାରାହାରି ୨୪ ଘଣ୍ଟା ଏୟାର କ୍ୱାଲିଟି ଇଣ୍ଡେକ୍ସ ହେଉଛି ୪୯୩। ଦିଲ୍ଲୀର...

ସ୍କୁଲ-କଲେଜ ବନ୍ଦ, ବାୟୁ ପ୍ରଦୂଷଣକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ,୧୯।୧୧: ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆରରେ ଲୋକଙ୍କ ସମସ୍ୟା ବଢାଇ ଦେଇଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ସବୁଠାରୁ...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

ଯାଉନାହାନ୍ତି, ପଠାଉଛନ୍ତି

ନୂଆଦିଲ୍ଲୀ/ଇମ୍ଫାଲ,୧୯ା୧୧: ପୁଣି ଜାତିଆଣ ହିଂସାର ନିଅଁାରେ ଜଳୁଛି ମଣିପୁର। ଜିରିବାମ୍‌ର ଏକ ଶିବିରରୁ ନିଖୋଜ ହୋଇଯାଇଥିବା ୬ ଅପହୃତଙ୍କ ମୃତଦେହ ମିଳିବା ପରେ ୩ ଦିନ ଧରି...

ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୧୯ା୧୧(ପି.ଟି.): ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଅନ୍ତର୍ଗତ...

କୃଷକ ନେତାଙ୍କ ବଡ଼ ନିଷ୍ପତ୍ତି: ୬ରେ ଦିଲ୍ଲୀ ଅଭିଯାନ

ଚଣ୍ଡିଗଡ଼,୧୮ା୧୧: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା...

ଟେକା ମାଡ଼ରେ ଅନୀଲ ଦେଶମୁଖଙ୍କ ମୁଣ୍ଡ ଫାଟିଲା

ମୁମ୍ବାଇ, ୧୮।୧୧: ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନ୍‌ସିପି(ଏସ୍‌ପି) ନେତା ଅନୀଲ ଦେଶମୁଖଙ୍କ କାର୍‌କୁ ସୋମବାର କାଟୋଲରେ ଟେକା ମାଡ଼ ହୋଇଛି। ଏଥିରେ ଅନୀଲ...

ନୂଆ ସିଏଜି ହେଲେ କେ. ସଞ୍ଜୟ ମୂର୍ତ୍ତି: ସରିଲା ଗିରୀଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୮।୧୧: ୧୯୮୯ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ଆଇଏଏସ୍‌ ସଞ୍ଜୟ ମୂର୍ତ୍ତିଙ୍କୁ ପରବର୍ତ୍ତୀ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri