Categories: ଗଞ୍ଜାମ

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ଧରିଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୭-ଗଞ୍ଜାମ ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ଯେତିକି ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି, ତୃଣମୂଳସ୍ତରରେ ସେତିକି ଦୁର୍ବଳ ହେବାରେ ଲାଗିଛି। ଯୋଜନା ନ ଥାଇ ପିଲାମାନଙ୍କୁ ପାଠପଢ଼ା ଯାଉଛି। ଫଳରେ ପରୀକ୍ଷା ଫଳ ଖରାପ ହେଉଛି। ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥାରେ ଏହି ଦୁର୍ବଳତାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧରିଛନ୍ତି। ବିନା ଖସଡ଼ାରେ ଚାଲିଥିବା ଅସଜଡ଼ା ପାଠପଢ଼ାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଜାଡ଼ିବାକୁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି।
ଗତ ୨୯ତାରିଖରେ ଜିଲାପାଳ କୁଲାଙ୍ଗେ ହଞ୍ଜିଳିକାଟୁ ବ୍ଲକ ନନ୍ଦିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ଶିକ୍ଷକମାନେ ବିନା ଯୋଜନାରେ ଅତ୍ୟନ୍ତ ଖାମଖିଆଲ ଭାବେ ପିଲାମାନଙ୍କୁ ପଢ଼ାଉଛନ୍ତି। ଲେସନ୍‌ ନୋଟ୍‌ କିମ୍ବା ଶିକ୍ଷାଦାନ ପ୍ରଣାଳୀ ସାମଗ୍ରୀ ମଧ୍ୟ ଶିକ୍ଷକଙ୍କ ପାଖେ ନ ଥିଲା। ଏପରିକି ବିନା କଳାପଟାରେ ଲେଖି, ଶିକ୍ଷକମାନେ ପିଲାମାନଙ୍କୁ ମୌଖିକ ଭାବରେ କହି ପଢ଼ାଉଥିଲେ। ଶ୍ରେଣୀଗୁଡ଼ିକର ଟାଇମ୍‌ଟେବୁଲ୍‌ ନାହିଁ । ବାର୍ଷିକ ଯୋଜନା ନାହିଁ। ପିଲାମାନଙ୍କ ପାଟିରୁ କଥା ବାହାରୁ ନ ଥିଲା। କେବଳ ଶିକ୍ଷକ କହି କହି ଚାଲୁଥିଲେ। ଶ୍ରେଣୀଗୁଡ଼ିକ ସଫା ସୁତରା ନ ଥିଲା। ସ୍ବଚ୍ଛ ବିଦ୍ୟାଳୟ ଯୋଜନା ସଂପୂର୍ଣ୍ଣ ବିଫଳ ଦେଖାଯାଉଥିଲା। ପିଲାମାନଙ୍କୁ ଟେବୁଲ୍‌ ଚୌକି ଦିଆଯାଇ ନ ଥିବା ଯୋଗୁ ସେମାନେ ଚଟାଣରେ ବସିଥିଲେ। ‘ତଳେ ବସିବାକୁ ନା’ ଯୋଜନା କାର୍ଯ୍ୟକାରୀ ହୋଇ ନ ଥିଲା। ଶ୍ରେଣୀ ଗୃହରେ ବକ୍ସ ଲାଇବ୍ରେରୀ ନ ଥିଲା, ଏପରିକି ପିଲାମାନେ ଏ ସମ୍ପର୍କରେ ଜାଣି ନ ଥିଲେ। ଆଇନା, ପାନିଆ କିମ୍ବା ନଖକଟା ନ ଥିଲା। ରଙ୍ଗିନ୍‌ ଚକ୍‌ ବଦଳରେ ଧଳା ଚକ୍‌ ବ୍ୟବହାର ହେଉଥିଲା। ଶ୍ରେଣୀ ଗୃହରେ ଆଲୋକ ବ୍ୟବସ୍ଥା ନ ଥିବା ଯୋଗୁ ଅନ୍ଧାର