ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲମ୍ବା ଧାଡ଼ି

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା କଟକଣା ପରେ ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଲୋକମାନେ ଡାକ୍ତରଖାନା ସମ୍ମୁଖରେ ଲମ୍ବା ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତା ପାଳନ ନେଇ ଡାକ୍ତରଖାନା ପକ୍ଷରୁ ଗୋଲେଇ ଚିହ୍ନର ବ୍ୟବସ୍ଥା କରିଥିଲେ ମଧ୍ୟ ଲୋକମାନେ ସଠିକ୍‌ ଭାବେ ପାଳନ କରୁନାହାନ୍ତି। ସାମାଜିକ ଦୂରତା ପାଳନ ପାଇଁ ଲୋକଙ୍କୁ କୁହାଯାଉଥିଲେ ମଧ୍ୟ ବାହାରେ ଖରା ଯୋଗୁ ଠିଆ ହୋଇପାରୁନାହାନ୍ତି ବୋଲି ସେମାନେ କହିଛନ୍ତି।