ପ୍ରାୟଶ୍ଚିତ୍ତ ପାଇଁ ପୁରୀରେ ବରଗଡ଼ କଂସ

ପୁରୀ ଅଫିସ,୧୧।୧: ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରାୟଶ୍ଚିତ୍ତ ପାଇଁ ଶନିବାର ପୁରୀରେ ଆସି ପହଞ୍ଚିଛନ୍ତି। ଭଗବାନ୍‌ କୃଷ୍ଣ ଏବଂ ବଳରାମଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିନ୍ଦାସୂଚକ ଶବ୍ଦ ବ୍ୟବହାର ନିମିତ୍ତ ସେ ଅନୁତାପ କରିଛନ୍ତି। ଗୋବର୍ଦ୍ଧନ ମଠରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିତ୍ୟାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ୍‌ କରିବା ପରେ ପବିତ୍ର ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କରିବେ। ଏହାପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କ୍ଷମାପ୍ରାର୍ଥନା କରିବେ ବୋଲି ଜଣାପଡ଼ିଛି।