Categories: ଖେଳ

ପ୍ରିକ୍ୱାର୍ଟର ଫାଇନାଲରେ କାଶ୍ୟପ, ସୌରଭ

କାଲଗାରୀ,୪।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଓ ଜାତୀୟ ଚାମ୍ପିୟନ ସୌରଭ ବର୍ମା ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ କାନାଡା ଓପନ ସୁପର ୧୦୦ ଟୁର୍ନାମେଣ୍ଟର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କାଶ୍ୟପ ୨୧-୧୨, ୨୧-୧୭ ଗେମ୍‌ରେ ଫ୍ରାନ୍ସର ଲୁକାସ କୋର୍ଭିଙ୍କୁ ହରାଇଥିବାବେଳେ ସୌରଭ କାନାଡର ବି.ଆର. ସଙ୍କିର୍ଥଙ୍କୁ ୨୧-୧୪, ୨୧-୧୧ ଗେମ୍‌ରେ ପରାସ୍ତ କରିଛନ୍ତି। ୬ଷ୍ଠ ସିଡ୍‌ କାଶ୍ୟପ ପରବର୍ତ୍ତୀ ମ୍ୟାଚ୍‌ରେ ଚାଇନାର ରେନ ପଙ୍ଗେ ବୋଙ୍କୁ ଭେଟିବେ। ଗତ ବର୍ଷ ରୁଷିଆ ଓ ନେଦରଲାଣ୍ଡରେ ଟାଇଟଲ ଜିତିଥିବା ୨୬ ବର୍ଷୀୟ ସୌରଭ ଆଉ ଜଣେ ଚାଇନିଜ ସୁନ ଫେଇ ଜିଆଙ୍ଗ ସହ ମୁକାବିଲା କରିବେ। ଅନ୍ୟପକ୍ଷରେ ଅଜୟ ଜୟରାମ, ଏଚ୍‌.ଏସ୍‌. ପ୍ରଣୟ ଓ ଲକ୍ଷ୍ୟ ସେନ ପରାଜୟ ଦ୍ୱିତୀୟ ରାଉଣ୍ଡ ବାଧା ଅତିକ୍ରମ କରିବାରେ ସଫଳ ହୋଇ ନ ଥିଲେ।

Share